୯ନଂ ଜୋନ ମଣ୍ଡଳ ସ୍ତରୀୟ “ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମ

ହରଭଙ୍ଗା,୨୧/୯- ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ୯ନଂ ଜୋନ ମଣ୍ଡଳ ସ୍ତରୀୟ “ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମ ଆଜି ହରଭଙ୍ଗାର ଅଧିଷ୍ଠାତ୍ରୀ ଦେବୀ ମା ଦକ୍ଷିଣ କାଳୀ ମନ୍ଦିରରେ ପୂଜାର୍ଚ୍ଚନା କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରାଯାଇଛି । ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ଭାଇ ଦାମୋଦର ଦାସ ମୋଦିଙ୍କ ଆହ୍ୱାନକ୍ରମେ ସମଗ୍ର ଭାରତବର୍ଷରେ “ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମ .ମାଧ୍ୟମରେ ଭାରତର ରାଜଧାନୀ ଦିଲ୍ଲୀଠାରେ ‘ଅମୃତ ବାଟିକା’ ତିଆରି ହେଉଥିବା ନେଇ ସମଗ୍ର ଭାରତବର୍ଷର ପ୍ରତ୍ୟେକ ଗ୍ରାମରୁ ମାଟି ସଂଗ୍ରହ କାର୍ଯ୍ୟକ୍ରମ ଚାଲୁ ରହିଛି । ଏହି ଅବସରରେ ମା’ ଙ୍କ ପାଖରେ ପୂଜାର୍ଚ୍ଚନା ପରେ ଏକ ବିରାଟ ପଟୁଆରରେ ନାମ ସଂକୀର୍ତ୍ତନ୍ୟ ସହିତ ହରିବୋଲ ଓ ହୁଳହୁଳିରେ ଶହଶହ ପୁରୁଷ ମହିଳା ୯ନଂ ଜୋନ ସୁରୁଣ୍ଡି, ହରଭଙ୍ଗା, ଡିଆଁ ଘାଟ, ବୁକେସିଙ୍ଗା, ଭାଲିଆଗୋରା, ଛତ୍ରଙ୍ଗ, ଖରଭୂଇଁ ଓ ବାଇଶିପଡା ଆଦି ଗ୍ରାମକୁ ଯାଇ ମାଟି ସଂଗ୍ରହ କରି “ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମ ଉପରେ ଜନ ସାଧାରଣଙ୍କୁ ବାର୍ତ୍ତା ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁଶାନ୍ତ ପ୍ରଧାନ, ପୂର୍ବତନ ବିଧାୟକ ସଚ୍ଚିଦାନନ୍ଦ ଦଲାଲ, ହରଭଙ୍ଗା ବ୍ଲକ ଉପାଧ୍ୟକ୍ଷ ସରୋଜ ପ୍ରଧାନ , ବରିଷ୍ଠ ବିଜେପି ନେତା ସୌମିତ୍ରୀ ନାୟକ, ବୌଦ୍ଧ ବିଧାନସଭା ସଂଯୋଜକ ଯୁଗଳ କିଶୋର ସାମଲ, ୪ନଂ ଜୋନ ଜିଲ୍ଲାପରିଷଦ ସଭ୍ୟ ତଥା ବୌଦ୍ଧ ବିଧାନସଭା ପ୍ରଭାରୀ ଇଂ ରାକେଶ ତ୍ରିପାଠୀ, ବରିଷ୍ଠ ବିଜେପି ନେତା ଯୁଗଳ ସାହୁ, ରବି ପ୍ରଧାନ, ୭ନଂ ମଣ୍ଡଳ ସଭାପତି ଶମ୍ଭୁ ପ୍ରଧାନ, ସୁବ୍ରତ ପ୍ରଧାନ, ପ୍ରସନ୍ନ ପ୍ରଧାନ, ଅରୂପା ଦୀପ, ସଂଗ୍ରାମ କେଶରୀ ବେହେରା, ଚିତ୍ତରଞ୍ଜନ ସେଠୀ,କାର୍ଯ୍ୟକ୍ରମରେ ସାମିଲ ଥିବା ବେଳେ ୯ନଂ ଜୋନ ମଣ୍ଡଳ ସଭାପତି ତପନ ଡାଙ୍ଗଙ୍କ ସମେତ ବହୁସଂଖ୍ୟାରେ କର୍ମୀ ସାମିଲ ହୋଇଥିଲେ ।

Comments (0)
Add Comment