ମଥୁରା ଉପ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ସ୍ୱାସ୍ଥ୍ୟମେଳା

ହରଭଙ୍ଗା,୨୨/୫:- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ମଥୁରା ଉପସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ସ୍ୱାସ୍ଥ୍ୟମେଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସ୍ୱାସ୍ଥ୍ୟ ମେଳାରେ ଶତାଧିକ ଲୋକଙ୍କ ବ୍ଲଡପ୍ରେସର, ଡାଇବେଟିସ ଓ ଅନ୍ୟାନ୍ୟ ସ୍ୱାସ୍ଥ୍‌୍ୟଗତ ସମସ୍ୟାର ପରୀକ୍ଷଣ କରାଯାଇ ମାଗଣା ଔଷଧ ବଣ୍ଟନ କରାଯାଇଥିଲା । ସ୍ୱାସ୍ଥ୍ୟ ମେଳାରେ ହରଭଙ୍ଗା ଡାକ୍ତରଖାନାର ମୁଖ୍ୟ ଡାକ୍ତର ଶ୍ରୀମନ୍ତ ସ୍ୱାଇଁ, ଧଳପୁର ଡାକ୍ତରଖାନାର ଡାକ୍ତର ଏମ୍‌. ଶିବାନନ୍ଦ, ଲେପ୍ରୋସି ସୁପରଭାଇଜର ପ୍ରାଣେଶ୍ୱର ପ୍ରଧାନ, ଡାଟା ମ୍ୟାନେଜର ସୌରଭ ଗାଇଗୌରିଆ, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଜ୍ଞାନ ପ୍ରକାଶ ପାଣିଗ୍ରାହୀ, ପିଏଚଇଓ ଅନୀତା ପ୍ରଧାନ, ଫାର୍ମାସିଷ୍ଟ ଧନଞ୍ଜୟ ମହାକୁଳ, ଯକ୍ଷ୍ମା ସୁପରଭାଇଜର ଦେବବ୍ରତ ମେହେର, ମଥୁରା ଉପ ସ୍ୱାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ସମସ୍ତ ଆଶାକର୍ମୀ ଉପସ୍ଥିତ ଥିଲେ ।

Comments (0)
Add Comment