ଅସହାୟ ତିନି ଭାଇ ଭଉଣୀଙ୍କ ପ୍ରସଙ୍ଗ: କଥା ଦେଇ କଥା ରଖିଲେ ଜିଲ୍ଲାପାଳ

ହରଭଙ୍ଗା,୧୬/୫:- ଗତମାସ ୧୭ତାରିଖରେ ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ତଳଗାଁ ପଞ୍ଚାୟତ ବଡ଼ଭୁର୍ତା ଗ୍ରାମରେ ଘଟିଥିବା ହତ୍ୟା ଘଟଣା ଓ ଅନାଥ ତିନି ଭାଇଭଉଣୀଙ୍କ ପ୍ରସଙ୍ଗ ଉପରେ ଜିଲ୍ଲାପାଳ ଗତକାଲି ସହାୟତାର ହାତ ବଢାଇଛନ୍ତି । ସୋମବାର ହରଭଙ୍ଗା ବ୍ଲକ ତିଲେଶ୍ୱର ପଞ୍ଚାୟତରେ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ବଡ଼ ଝିଅ ମାଟ୍ରିକ ପାସ୍‌ କରିଥିବାରୁ ଜିଲ୍ଲା ପ୍ରଶାସନ ସହାୟତାରେ ଆଇଟିଆଇ ଓ ଅନ୍ୟ ଦୁଇ ପୁଅ ଝିଅଙ୍କୁ ରାମକୃଷ୍ଣ ବାଳାଶ୍ରମ ବିରନରସିଂହପୁର ଠାରେ ରଖି ପାଠ ପଢାଇବା ପାଇଁ ନିଜେ ସ୍ୱମତ ପ୍ରକାଶ କରିଥିଲେ ଏବଂ ସଙ୍ଗେ ସଙ୍ଗେ ଅଭିଯୋଗ ଶୁଣାଣିରେ ତିନି ଭାଇ ଭଉଣୀଙ୍କୁ ୧୦,୦୦୦ ଟଙ୍କାର ଆର୍ଥିକ ସହାୟତା ଦେଇଥିଲେ । ଆଜି ମଙ୍ଗଳବାର ତିନି ଭାଇ ଭଉଣୀଙ୍କୁ ବୌଦ୍ଧ ଶିଶୁ ମଙ୍ଗଳ ସମିତିରେ ଉପସ୍ଥାପନା କରି ବୀରନରସିଂହପୁର ରାମକୃଷ୍ଣ ବାଳାଶ୍ରମ ରେ ରହିବାର ବ୍ୟବସ୍ଥା କରାଯିବା ସହିତ ବଡ଼ଝିଅ କୁ ଜିଲ୍ଲାପାଳ ଦେଇଥିବା କଥାନୁଯାୟୀ ଜିଲ୍ଲା ପ୍ରଶାସନ ସହାୟତାରେ ଆଇଟିଆଇରେ ନାମ ଲେଖା ଯାଇଥିବା ସହ ସାନ ପୁଅ ଓ ଝିଅଙ୍କୁ ରାମକୃଷ୍ଣ ବାଳାଶ୍ରମରେ ରହି ପାଠ ପଢିବେ ବୋଲି ସୂଚନା ମିଳିଛି ।

Comments (0)
Add Comment