୩୦ଫୁଟ ରାସ୍ତା ତଳକୁ ଖସି ଘରେ ପଶିଲା କାର୍‌, ଜଣେ ମୃତ:
ସହାୟତା ପ୍ରଦାନ ପରେ ହଟିଲା ରାସ୍ତାରୋକ

ହରଭଙ୍ଗା,୧୪/୫:- ଆଜି ଭୋର୍‌ ୫ଟା ବେଳେ ୫୭ନଂ ଜାତୀୟ ରାଜପଥରେ ବୌଦ୍ଧ ପଟୁ ଚାରିଛକ ଦିଗକୁ ଯାଉଥିବା ଏକ କାର (ଓଡି୨୭ଏସ୍‌ ୭୯୧୮)ହରଭଙ୍ଗା ବ୍ଲକ ବୃନ୍ଦାବନ ଛକ ଠାରେ ଭାରସାମ୍ୟ ହରାଇ ୩୦ଫୁଟ ରାସ୍ତା ତଳକୁ ଖସି ଏକ ମହିଳାଙ୍କୁ ଧକ୍କା ଦେଇ ଘର ଭିତରକୁ ପଶିଯାଇଥିଲା ।ଧକ୍କା ଫଳରେ ଭୋରରୁ ଘର ଓଳାଉଥିବା ବିଲ ଧଳ( ୫୫) ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିଲେ । ପରିବାର ଓ ଗ୍ରାମବାସୀ ମିଶି କ୍ଷତି ପୂରଣ ପାଇଁ ଶବକୁ ରାସ୍ତାକଡରେ ରଖି ୨ ଘଣ୍ଟା ରାସ୍ତାରୋକ କରିଥିଲେ ।

ଦୁର୍ଘଟଣା ସ୍ଥଳରେ ବୌଦ୍ଧ ଆଦର୍ଶ ପୋଲିସ ପହଞ୍ଚି ଘଟଣାର ତଦନ୍ତ ସହିତ ଭିଡ଼କୁ ଆୟତ୍ତ କରିଥିବାବେଳେ ହରଭଙ୍ଗା ତହସିଲଦାର ପହଞ୍ଚି଼ି ମୃତକଙ୍କ ପରିବାରକୁ ରେଡକ୍ରସ ପାଣ୍ଠିରୁ ୧୦ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ ପରେ ରାସ୍ତାରୋକ ହଟିଥିଲା ଓ ରାସ୍ତାରେ ଚଳପ୍ରଚଳ ସ୍ୱାଭାବିକ ହୋଇଥିଲା ।

Comments (0)
Add Comment