ତିଲେଶ୍ୱର ପଞ୍ଚାୟତରେ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ
୧୪୪ଟି ଅଭିଯୋଗ ତୁରନ୍ତ ସମାଧାନ, ୪୪ଜଣଙ୍କୁ ୨,୭୦,୦୦୦ଟଙ୍କା ସହାୟତା ରାଶି ପ୍ରଦାନ

ହରଭଙ୍ଗା,୧୫/୫:- ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ ତିଲେଶ୍ୱର ପଞ୍ଚାୟତ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନଶୁଣାଣି ଓ ସମାଧାନ ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ , ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରବୀନ୍ଦ୍ର ରାଉତ, ଉପ ଜିଲ୍ଲାପାଳ ରବୀନ୍ଦ୍ରନାଥ କହଁର , ହରଭଙ୍ଗା ବିଡ଼ିଓ ସ୍ୱପ୍ନିତା ନାୟକ, ତହସିଲଦାର ବିଜୟ ପ୍ରଧାନ, ପୁରୁଣା କଟକ ଥାନା ଅଧିକାରୀ ଜ୍ୟୋସ୍ନା କାଉଁରୀ, ବ୍ଲକସ୍ତରୀୟ ଓ ଜିଲ୍ଲାସ୍ତରୀୟ ଜିଲ୍ଲା ବିଭିନ୍ନ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ । ଏଥିରେ ଜନସାଧାରଣଙ୍କ ଅଭିଯୋଗ ଶୁଣିବା ସହ ସମାଧାନ କରାଯାଇଥିଲା । ଏହି ଶିବିରରେ ସର୍ବମୋଟ ୨୦୫ଟି ଅଭିଯୋଗ ହୋଇଥିବା ବେଳେ ସେଥିରୁ ୨୦୦ଟି ବ୍ୟକ୍ତିଗତ,୭ଟି ଗ୍ରାମ୍ୟ ସାମୁହିକ ଅଭିଯୋଗ ଆସିଥିଲା ।୧୯ଜଣଙ୍କୁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ୧ଲକ୍ଷ ୩୬ହଜାର, ୨୫ଜଣଙ୍କୁ ଜିଲ୍ଲା ରେଡକ୍ରସରୁ ୧ଲକ୍ଷ ୩୪ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିବାବେଳେ ୧୪୪ଟି ଅଭିଯୋଗ ପତ୍ର ତକ୍ରାଳ ସମାଧାନ କରାଯାଇଥିଲା । ୩ଜଣଙ୍କୁ ବିଧବା ଭତ୍ତା, ଜଣକୁ ବିକଳାଙ୍ଗ ଭତ୍ତା, ୮୦ବର୍ଷରୁ ଉଦ୍ଧ୍ୱର୍ ଜଣକୁ ମାସିକ ୭୦୦ଟଙ୍କା ଭତ୍ତା,୧ଟି ଟ୍ରାଏ ସାଇକେଲ, ୩ଟି ହୁଇଲ ଚେୟାର ଓ ଜଣକୁ ଆଶାବାଡି ପ୍ରଦାନ କରାଯାଇଥିଲା ।

Comments (0)
Add Comment