ଅବସରପ୍ରାପ୍ତ ସୈନିକ କେଶବ ମାହାରଙ୍କ ପରଲୋକ

ହରଭଙ୍ଗା,୧୪/୫:- ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସରସର । ଗ୍ରାମର ଅବସରପ୍ରାପ୍ତ ଭାରତୀୟ ସୈନିକ କେଶବ ଚନ୍ଦ୍ର ମାହାରଙ୍କ ୭୧ ବର୍ଷ ବୟସରେ ଶନିବାର ଦିନ ୨ ଘଣ୍ଟା ସମୟରେ ନିଜ ବାସଗୃହରେ ପରଲୋକ ହୋଇଯାଇଛି । ସେ ୧୯୭୦ ମସିହାରେ ଭାରତୀୟ ସେନାରେ ଯୋଗଦେଇ ୧୯୯୪ ମସିହାରେ ଅବସର ଗ୍ରହଣ କରିଥିଲେ । ମୃତ୍ୟୁ ସମୟରେ ତାଙ୍କ ପାଖରେ ତାଙ୍କ ଧର୍ମପତ୍ନୀ, ପୁତ୍ର ବଧୁ ଏବଂ ନାତୁଣୀ ଉପସ୍ଥିତ ଥିଲେ । ତାଙ୍କ ଦୁଇ ପୁତ୍ର । ଜଣେ ସେନାରେ କାର୍ଯ୍ୟରତ ଏବଂ ଅନ୍ୟ ଜଣେ ସଫ୍ଟୱେର ଇଞ୍ଜିନିୟର ଭାବେ ହାଇଦ୍ରାବାଦରେ କାର୍ଯ୍ୟ କରୁଛନ୍ତି । ସେମାନେ ଘରକୁ ପହଞ୍ଚିବା ପରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ପରିବାର ସୂତ୍ରରୁ ପ୍ରକାଶ ।

Comments (0)
Add Comment