ଥାନାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଦାବିପତ୍ର ପ୍ରଦାନ

ହରଭଙ୍ଗା ୩/୩- ଫେବୃଆରୀ ୨୮ ତାରିଖରେ ବିଜେପି ଯୁବମୋର୍ଚ୍ଚା ଓଡିଶା ପ୍ରଦେଶ ତରଫରୁ ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପ୍ରତିବାଦରେ ବିଧାନସଭା ଘେରାଉ କରି ଯାଉଥିବାବେଳେ ବିଜେପିକର୍ମୀଙ୍କୁ କିଛି ସାଧା ପୋଷାକଧାରୀ ପୋଲିସ ଓ ପ୍ରଶାସନ ଯୋଜନା ମୁତାବକ ଅତର୍କିତ ଓ ମରଣାନ୍ତକ ଆକ୍ରମଣ ଓ ଅସଦାଚରଣ କରିଥିଲେ । ସୂଚନାମତେ ଏହି ଘଟଣାକୁ ପୋଲିସ ଡିଜି ସୁନୀଲ ବଂଶଲ, ଭୁବନେଶ୍ୱର -କଟକ ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏବଂ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଏହି ଘଟଣାର ନିରପେକ୍ଷ ତଦନ୍ତ ନକରି ଆକ୍ରୋଶ ମୂଳକ ଭାବେ ବିଜେପି କର୍ମକର୍ତ୍ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ଅଫିସର ମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଶୁକ୍ରବାର ଦିନ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ୮ନଂ ଜୋନ ପୁରୁଣାକଟକ ମଣ୍ଡଳ ବିଜେପି ତରଫରୁ ପୁରୁଣାକଟକ ଥାନା ଓ ୯ନଂ ଜୋନ ହରଭଙ୍ଗା ମଣ୍ଡଳ ତରଫରୁ ହରଭଙ୍ଗା ଥାନାରେ ବିଜେପି ମୋର୍ଚ୍ଚା ପକ୍ଷରୁ ଏତେଲା ଦାୟର କରାଯାଇଥିବାବେଳେ ଏହି ଏତଲା ଦାୟର ସମୟରେ ପୁରୁଣାକଟକ ମଣ୍ଡଳର ସଭାପତି ବାମନ ବାରିକ, କୁନା ମହାର, ବିକ୍ରମ ପ୍ରଧାନ,ବୃନ୍ଦାବନ ଦନ୍ତା, ସୁଶାନ୍ତ ରଥ,ସୁଶାନ୍ତ ବାଘ ଏବଂ ସେହିପରି ହରଭଙ୍ଗା ମଣ୍ଡଳର ସଭାପତି ତପନ ଡାଙ୍ଗଙ୍କ ନେତୃତ୍ୱରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଂଗ୍ରାମ ବେହେରା, ଚିତ୍ତରଞ୍ଜନ ସେଠି, ଅନିଲ ସିଂ, ପ୍ରଦୀପ ନାୟକ, ଅରୂପା ଦୀପ, ଶମ୍ଭୁୁ ମୁଣ୍ଡା, ରଞ୍ଜନ ନାୟକଙ୍କ ସମେତ ବହୁ ବିଜେପି କର୍ମୀ ଯୋଗ ଦେଇଥିଲେ ।

Comments (0)
Add Comment