ବିଜେପି ପକ୍ଷରୁ ଭ୍ରଷ୍ଟାଚାର ଦିବସ ପାଳିତ

ହରଭଙ୍ଗା,୫/୩:- ଆଜି ହରଭଙ୍ଗା ବ୍ଲକ କାର୍ଯ୍ୟାଳୟରେ ବିଜେପି ପକ୍ଷରୁ ବରିଷ୍ଠ ବିଜେପି ନେତା ସୁଶାନ୍ତ ପ୍ରଧାନଙ୍କ ନେତୃତ୍ୱରେ ଭ୍ରଷ୍ଟାଚାର ଦିବସ ପାଳନ କରାଯାଇଥିଲା । ରାଜ୍ୟ ସରକାରଙ୍କ ବିପର୍ଯ୍ୟସ୍ତ ଆଇନ ବ୍ୟବସ୍ଥା ବିରୁଦ୍ଧରେ ଏହି ସଭା ଆୟୋଜନ କରାଯାଇଥିଲା । ସମସ୍ତ ବିଜେପି କର୍ମୀମାନେ ମାର୍ଚ୍ଚ ୫ ତାରିଖକୁ ବିଜେଡି ଶାସନରେ ବିପର୍ଯ୍ୟସ୍ତ ପଞ୍ଚାୟତିରାଜ ବ୍ୟବସ୍ଥା ପ୍ରତିବାଦରେ ଭ୍ରଷ୍ଟାଚାର ଦିବସ ଭାବରେ ମୁହଁରେ କଳା ପଟି ବାନ୍ଧି ପାଳନ କରିଥିଲେ ଏବଂ ସଂପୂର୍ଣ୍ଣ ନିରବ ସହ ପ୍ରତିବାଦ କରିଥିଲେ । କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ଶ୍ରୀ ପ୍ରଧାନଙ୍କ ସମେତ ପୂର୍ବତନ ସାଂସଦ ପ୍ରାର୍ଥୀ ସୁକାନ୍ତ ପାଣିଗ୍ରାହୀ, ମାଗୁଣି ଗାଈଗୋରିଆ, ବିଜେପି ଯୁବ ମୋର୍ଚ୍ଚା ଉପସଭାପତି ସୁବ୍ରତ ପ୍ରଧାନ, ଯୁବ ମୋର୍ଚ୍ଚା ସମ୍ପାଦକ ଅଜିତ ବାଘ, ଆଠ ନମ୍ବର ଜୋନ ମଣ୍ଡଳ ସଭାପତି ବାମନ ବାରିକ, ସୁଧାଂଶୁ ରଥ, ବିକ୍ରମ ପ୍ରଧାନ,ସୁଧୀର ରଣା ପ୍ରମୁଖଙ୍କ ସହିତ ଶତାଧିକ ବିଜେପି କର୍ମୀ ଉପସ୍ଥିତ ଥିଲେ ।

Comments (0)
Add Comment