ସେବା ମହୋତ୍ସବ ଉଦଘାଟିତ, ଦେବାରେ ଆନନ୍ଦ….

ହରଭଙ୍ଗା,୬/୨:- ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର “ଜର୍ଣ୍ଣାଲିଷ୍ଟ ଆସୋସିଏସନ, ହରଭଙ୍ଗା “ଆନୁକୂଲ୍ୟରେ ମଙ୍ଗଳବାର ଦିନ ଠିଡ଼ିକାଜୋର ଜଗନ୍ନାଥ ମନ୍ଦିର ପଡିଆରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ପ୍ରଥମ ସେବା ମହୋତ୍ସବ । ପ୍ରଥମେ ସର୍ବ ଭାରତୀୟ ସାଧୁ ସନ୍ଥ ସମ୍ମିିଳନୀର ଖଣ୍ଡଗିରି ସାଧୁ ଓ ଅଂଚଳର ସାଧୁସନ୍ଥଙ୍କୁ ନେଇ ଗୋ ସେବା ଓ ପୁରୁଣାକଟକ ବାସିନୀ ବାଉଁଶବଣର ରାଣୀ ମା ଭୈରବୀଙ୍କ ପୀଠରୁ ରୀତିନୀତିରେ ପୂଜାର୍ଚ୍ଚନା କରି ଏକ ଦିବ୍ୟ ଜ୍ୟୋତି ମଶାଲ ଶୋଭାଯାତ୍ରାରେ ଶଙ୍ଖ, ଘଣ୍ଟ, ଘଣ୍ଟା, ନାମ ସଂକୀର୍ତ୍ତର୍ନ, ହରିବୋଲ ହୁଳହୁଳିରେ ତହସିଲ ଠାରୁ ବାହାରି ମହୋତ୍ସବ ପଡିଆରେ ପହଞ୍ଚି ପୁଣି ରୀତିନୀତି ଅନୁଯାୟୀ ଅବସ୍ଥାପିତ କରାଯାଇଥିଲା । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ହରଭଙ୍ଗା ବ୍ଲକ ଉପାଧ୍ୟକ୍ଷ ସରୋଜ ପ୍ରଧାନ, ସମ୍ମାନିତ ଅତିଥିଭାବେ ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ ସୁବୋଧ ପ୍ରଧାନ, ସାଇ ଚାରିଟେବୁଲ ଟ୍ରଷ୍ଟ ଶିଶୁପାଳ ଗଡ଼ ଭୁବନେଶ୍ୱର ଅଧକ୍ଷ ସଦାଶିବ ଦାସ, ସମାଜସେବୀ ସୁମନ ଷଡ଼ଙ୍ଗୀ, ସେବା ମହୋତ୍ସବ ଆବାହକ ସାମ୍ବାଦିକ ବିଭୁଦତ୍ତ ବୋଷ, ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ଚିତ୍ତ ରଞ୍ଜନ ସିଂ, ସମ୍ପାଦକ ଭାଗବତ ମେହେର ପ୍ରମୁଖ ମଞ୍ଚାସୀନ ରହି ଆନୁଷ୍ଠାନିକ ଭାବେ ସେବା ମହୋତ୍ସବ ଉଦ୍ଘାଟନ କରିଥିଲେ । ତତ୍‌ ପରେ ରକ୍ତଦାନ ଶିବିର , ଚକ୍ଷୁ ଚିକିତ୍ସା ଶିବିରକୁ ବୌଦ୍ଧ ଏନଏସି ଅଧକ୍ଷ ମୃତ୍ୟୁଞ୍ଜୟ ମିଶ୍ର ଉପସ୍ଥିତ ରହି ଶୁଭ ଉଦ୍ଘାଟନ କରିଥିଲେ । ଆଜିର ମାନବ ରୁପି ଭଗବାନଙ୍କ ସେବା ପାଇଁ ରକ୍ତଦାନ ଶିବିର, ଚକ୍ଷୁ ଚିକିତ୍ସା ଶିବିର, ମେଗା ସ୍ୱାସ୍ଥ୍ୟ ମେଳା ଓ ଔଷଧ ବଣ୍ଟନ , ନାମ ଯଜ୍ଞ, ଅନ୍ନ ଯଜ୍ଞ, ଓ ଆଞ୍ଚଳିକ କଳାକାର ଙ୍କୁ ଭକ୍ତି ମୟ କାର୍ଯ୍ୟକ୍ରମ ଏବଂ ମାନବ ରୁପି ଭଗବାନ ଙ୍କ ସେବାରେ ଜଡିତ ମହାନ ପୁରୁଷ ଙ୍କୁ ସେବା ସମ୍ମାନ ରେ ସମ୍ମାନିତ କରାଯାଇଥିଲା କ୍ଷ ପରେ ଅଂଚଳ ର ସ୍କୁଲ କଲେଜ, ଶିଶୁ ବିଦ୍ୟା ମନ୍ଦିର ଏବଂ ବିଶିଷ୍ଟ ସଂଗୀତ କଣ୍ଠ ଶିଳ୍ପୀଙ୍କୁ ନେଇ ଭଜନ ସମାରୋହ ଆୟୋଜନ କରାଯାଇଥିଲା । ଜର୍ଣ୍ଣାଲିଷ୍ଟ ଆସୋସେସନ ହରଭଙ୍ଗାର ଏଭଳି ନିଆରା କାର୍ଯ୍ୟକ୍ରମକୁ ନେଇ ପ୍ରଶାସନିକ, ବୁଦ୍ଧିଜୀବୀ, ସମାଜସେବୀ, ସାଧୁ ସନ୍ଥ ଓ ଜିଲ୍ଲାବାସୀ ଭୁରି ଭୁରି ପ୍ରଶଂସା କରିଛନ୍ତି । ଉଦ୍ଘାଟନୀର ସମସ୍ତ କାର୍ଯ୍ୟକ୍ରମକୁ ପୁରୁଣାକଟକ ପୋଲିସ ପ୍ରଶାସନ, ଓଡିଶା ଡ୍ରାଇଭର ମହାସଂଘ, ସ୍ଥାନୀୟ ବିଭିନ୍ନ ଅନୁଷ୍ଠାନ, ବରିଷ୍ଠ ନାଗରିକ ମଞ୍ଚ, ଜର୍ଣ୍ଣାଲିଷ୍ଟ ଆସୋସେସନ ହରଭଙ୍ଗା ବ୍ଲକର ସଭାପତି ବନମାଳୀ ପ୍ରଧାନ, ବରିଷ୍ଠ ଉପଦେଷ୍ଟା ସୁକାନ୍ତ ପଟ୍ଟନାୟକ, କୁନା ବେହେରା, ନାରାୟଣ ଭୋକ୍ତା,ଉପ ସଭାପତି ଶାଶ୍ୱତ ଦାସ, ସହ ସମ୍ପାଦକ ସିମୁନ ନାଏକ, କୋଷାଧକ୍ଷ ବାସୁଦେବ ସାହୁ, କାର୍ଯ୍ୟକାରିଣୀ ସଦସ୍ୟ ସୁଶାନ୍ତ କୁମାର ବେହେରା, କୁମୁଦ ଚନ୍ଦ୍ର ସାହୁ, ସଦାନନ୍ଦ ନାଏକ, ଅକ୍ଷୟ ମହାକୁଡ଼, ପ୍ରଭାତ ନାଏକ, ବିଜୟ ନାଏକ ପ୍ରମୁଖ ସହଯୋଗ କରିଥିଲେ ।

Comments (0)
Add Comment