ହରଭଙ୍ଗା ୧୧/୮:- ଠିକାଦାରଙ୍କ ମନମାନି ବିଭାଗୀୟ ଅବହେଳା ପାଇଁ ଅଧପନ୍ତରିଆ ଭାବେ ପଡିରହିଛି ରାସ୍ତା ଓ ପୋଲ କାମ । ଯାତାୟତରେ ବହୁ ଅସୁବିଧା ସମ୍ମୁଖୀନ ହେଉଥିବାରୁ ଜନସାଧାରଣଙ୍କ ଭିତରେ ଅସନ୍ତୋଷ ବୃଦ୍ଧି ପାଉଛି । ଏଭଳି ଚିତ୍ର ଦେଖିବାକୁ ମିଳିଛି ହରଭଙ୍ଗା ବ୍ଲକ ତିଲେଶ୍ୱର ପଞ୍ଚାୟତର ଘି ମୁହାଣୀ ଠାରୁ ବୁରୁବୁଡାକୁ ସଂଯୋଗ ହୋଇଥିବା ରାସ୍ତା । ଉକ୍ତ ରାସ୍ତା ସମସ୍ୟା ନେଇ ରାସ୍ତାର ଉନ୍ନତିକରଣ ପାଇଁ ଅନୁଦାନ ଆସିଥିଲେ ମଧ୍ୟ ଠିକାଦାର ଓ ଯନ୍ତ୍ରୀ ସଲାସୁତୁରା ଓ ଅଧାପନ୍ତରିଆ କାର୍ଯ୍ୟ ଯୋଗୁଁ ରାସ୍ତା ଉପରେ ନିର୍ଭର କରୁଥିବା ଲୋକେ ନାହିଁନଥିବା ଅସୁବିଧା ସମ୍ମୁଖୀନ ହେଉଥିବାନେଇ ଅଭିଯୋଗ ଉଠୁଛି । ଘିମୁହାଣୀ ଅଙ୍ଗନୱାଡି ନିକଟରେ ନିର୍ମାଣଧୀନ ଥିବା ପୋଲ କାମ ଅଧାପନ୍ତରିଆ ଭାବେ ଦୀର୍ଘ ଆଠମାସ ହେଲା ପଡି ରହିଛି । ଅନ୍ୟପଟେ ଡ୍ରେନେଜ ସୁବିଧା ପାଇଁ ମାଟି ଖୋଳି ଦେଇଥିବାରୁ ରାସ୍ତା ଉପରେ ମାଟି ପଡିବା ସହ ଅଧାପନ୍ତରିଆ ପୋଲ କାମ ଯୋଗୁଁ ବର୍ଷା ଦିନରେ ଲୋକେ ନାହିଁନଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି । କାର୍ଯ୍ୟ ସ୍ଥାନରେ କୌଣସି ସୂଚନା ଫଳକ ନଥିବାରୁ କେତେ ଟଙ୍କା ବ୍ୟୟ ବରାଦ କେଉଁ ଯୋଜନାରୁ କାମ କରାଯାଉଛି ତାହା ଜନସାଧାରଣଙ୍କୁ ଅନ୍ଧାରରେ ରଖି ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକାରେ ଚାଲିଥିବା ଲୋକଙ୍କ ଭିତରେ ଅଭିଯୋଗ ହେଉଛି ।ଏହାକୁ ନେଇ ହରଭଙ୍ଗା ବ୍ଲକ ଆସିଷ୍ଟାଣ୍ଟ ଯନ୍ତ୍ରୀ ମନୋରଞ୍ଜନ ପାତ୍ରଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସମ୍ଭବପର ହୋଇପାରି ନଥିବାରୁ କୌଣସି ମତାମତ ମିଳିନଥିବା ବେଳେ ରାସ୍ତା ଡ୍ରେନ ଓ ପୋଲ କାମ ସମ୍ପୂର୍ଣ୍ଣ କରିବାକୁ ପ୍ରମୋଦ ନାୟକ, ପୁର୍ଣଚନ୍ଦ୍ର କଁହର,ପ୍ରଶାଦି ନାଏକ, ମଧୁସୂଦନ ଦେହୁରୀ,ଶୋଭ୍ୟ ମଲ୍ଲିକଙ୍କ ସମେତ ସାଧାରଣରେ ଦାବୀ ହେଉଛି ।