ହରଭଙ୍ଗା,୧୦/୮:- ହରଭଙ୍ଗା ବ୍ଲକରେ ଫେଲ୍ ମାରିଛି ସରକାରଙ୍କ ବସୁଧା ଯୋଜନା । ପ୍ରକାଶଥାଉକି ହରଭଙ୍ଗା ବ୍ଲକ ଅନ୍ତର୍ଗତ ହରଭଙ୍ଗା ପଞ୍ଚାୟତର ସୁରୁଣ୍ଡି ଠାରେ ଲୋକମାନଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ବସୁଧା ଯୋଜନାରେ ଲକ୍ଷ ଲକ୍ଷ ଟଙ୍କାରେ ଏକ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହୋଇଛି । ଆଜିକୁ ପ୍ରାୟ ତିନି ବର୍ଷ ହେବ ପ୍ରକଳ୍ପଟି ଅସମ୍ପୂର୍ଣ୍ଣ ହୋଇ ପଡ଼ିରହିଛି । ଯାହାଫଳରେ ଅଞ୍ଚଳବାସୀ ପାନୀୟ ଜଳ ଟୋପେ ପାଇପାରୁନାହାନ୍ତି । ହରଭଙ୍ଗା ପଞ୍ଚାୟତର ସୁରୁଣ୍ଡି ଓ ସମ୍ବଲପୁର ଅଞ୍ଚଳର ପ୍ରାୟ ତିନିଶହରୁ ଉର୍ଦ୍ଧ ଲୋକ ଉକ୍ତ ପ୍ରକଳ୍ପ ଉପରେ ନିର୍ଭର କରିଥାନ୍ତି । ଏବଂ ଉକ୍ତ ଅଞ୍ଚଳର ଅଧିକାଂଶ ଲୋକ କିଡ଼ନୀ ରୋଗରେ ଆକ୍ରାନ୍ତ । ଗ୍ରାମରେ ପ୍ରାୟ ତିନି ବର୍ଷ ହେବ ବସୁଧା ଯୋଜନା କାର୍ଯ୍ୟକାରୀ ହୋଇଥିଲେ ମଧ୍ୟ ଅଞ୍ଚଳବାସୀ ଟୋପେ ପିଇବା ପାଣି ପାଇପାରୁନାହାଁନ୍ତି । ଏହି ତିନି ବର୍ଷ ଭିତରେ ଅଞ୍ଚଳର ପାଖାପାଖି ୧୦ ଜଣ ଲୋକ କିଡନୀ ରୋଗରେ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ସେହିପରି ହରଭଙ୍ଗାଠାରେ ମଧ୍ୟ ଆଜିକୁ ଦଶ ଦିନ ହେବ ପାନୀୟ ଜଳଯୋଗାଣ ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି । ବନ୍ୟା ପରଠାରୁ ଅଞ୍ଚଳବାସୀ ଦୂଷିତ ପାଣି ଉପରେ ନିର୍ଭର କରୁଛନ୍ତି । ଏ ବାବଦରେ ବିଭାଗୀୟ କର୍ତ୍ତୃପ କ୍ଷଙ୍କୁ ବାରମ୍ବାର ଜଣେଇଥିଲେ ମଧ୍ୟ କର୍ଣ୍ଣପାତ କରୁନାହାନ୍ତି । ଯେହେତୁ ମଇଳା ଅପରିଷ୍କାର ଜଳ ହେଉଛି କିଡିନୀ ରୋଗର ଏକ ପ୍ରମୁଖ କାରଣ । ତେଣୁ ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକାରୀ କରିବା ସହିତ ଅଞ୍ଚଳବାସୀଙ୍କୁ ସ୍ୱଚ୍ଛ ତଥା ବିଶୁଦ୍ଧ ପାନୀୟ ଜଳ ଯୋଗେଇ ନଦିଆଯାଏ ତା ହେଲେ ଏକ ବିରାଟ ଜନ ଆନ୍ଦୋଳନ କରାଯିବ ବୋଲି ବିଜେପି ଯୁବମୋର୍ଚ୍ଚା ସଦସ୍ୟ ସର୍ବେଶ୍ୱର କ୍ଷେତୀଙ୍କ ସହିତ ଗ୍ରାମବାସୀମାନେ ଦାବୀ କରିଛନ୍ତି ।