ପ୍ରତିଦିନ ସନ୍ଧ୍ୟାରେ ଚତୁର୍ଦ୍ଧାମୂର୍ତ୍ତି ନୂଆ ବେଶରେ ଦର୍ଶନ ଦେଉଛନ୍ତି ଭକ୍ତଙ୍କୁ

ହରଭଙ୍ଗା ୨୫/୬. ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଠିଡିକାଯୋର (ଚାରିଛକ) ସ୍ଥିତ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ନବ ଦିନାତ୍ମକ ଘୋଷଯାତ୍ରା ଅବସରରେ ଶ୍ରୀଜଗନ୍ନାଥ ନନ୍ଦିଘୋଷରେ ରଥାରୂଢ଼ ହୋଇ ଗୁଣ୍ଡିଚା ମନ୍ଦିର ବା ମାଉସୀ ମା ମନ୍ଦିରର ଆଡ଼ପମଣ୍ଡପରେ ବିଜେକରି ପ୍ରତିଦିନ ନୂତନ ନୂତନ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି । ପ୍ରତି ସନ୍ଧ୍ୟାରେ ପ୍ରଭୁଙ୍କ ନୂତନ ବେଶସମ୍ଭାର ଦର୍ଶନ ଓ ସଂସ୍କୃତିକ କାଯ୍ୟକ୍ରମ ଦେଖିବା ପାଇଁ ବିପୁଳ ଜନସମାଗମ ହେଉଅଛି । କ୍ରମାନୟରେ ମହାପ୍ରଭୁ ମତ୍ସ୍ୟ ଓ କଛପ ବେଶ, ବରାହ ଓ ନୃସିଂହ ବେଶ, ବାମନ ଓ ପର୍ଶୁରାମ ବେଶ, ଆଜି ରାମ ଓ ବଳରାମ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇ ମନମୋହୁଛନ୍ତି । ସେହିପରି ଗୁରୁକୃପା ଭଜନ ସନ୍ଧ୍ୟା ଗୃପ,ଭୁବନେଶ୍ୱର ,ଭଜନ ଗୃପ, ଆଡେଣିଗଡ଼,ଠିଡିକାଯୋର, ଲାଣ୍ଡରେଯୋର ,ଦଶକାଠିଆ, ପ୍ରବଚନ ଆଦି ପ୍ରତିଦିନ ସନ୍ଧ୍ୟାରେ ପରିବେଷଣ କରାଯାଉଅଛି । ବେଶସମ୍ଭାର କାଯ୍ୟ ସେବକ ବମେଦେବ ଦାଶ, ରୀତିନୀତି ପୂଜକ ଅସିତ ମହାରାଜ, ସାଂସ୍କୃତିକ କାଯ୍ୟକ୍ରମ ସୁରେଶ ବେହେରା,ହରିଶଙ୍କର ସାହୁ ଓ ସିକନ ନାୟକ, ପ୍ରସାଦ ପ୍ରସ୍ତୁତିରେ ପୁରୀର ସୁଆରବଡୁ ,ସିକନ ନାୟକ ,ଶାଶ୍ୱତ ଦାଶ ପ୍ରମୁଖ ସହଯୋଗ କରି ସମସ୍ତ କାଯ୍ୟକୁ ସୁଚାରରୂପେ ପରିଚାଳନା କରୁଛନ୍ତି । ସେହିପରି ତିଲେଶ୍ୱର, ପୁରୁଣା କଟକ, ରାମଗଡ଼, କରଞ୍ଜକଟା ବାଇଶିପଡା, ହରଭଙ୍ଗା, ବିରାମଚନ୍ଦ୍ରପୁର, କରଡ଼ି, ଦେବଗଡ଼, ନାଏକପଡା, କୁଶଙ୍ଗ, ଧଳପୁର ଆଦି ମାଉସୀ ମାଁ ମନ୍ଦିର ଗୁଡିକରେ ଠାକୁରଙ୍କ ବିଭିନ୍ନ ବେଶ ସହ ଭଜନ, ନାମ ସଂକୀର୍ତନ ଆଦି ଅନୁଷ୍ଠିତ ହେଉଥିବା ବେଳେ ସନ୍ଧ୍ୟାରେ ଦର୍ଶନ ପାଇଁ ଗ୍ରାମାଞ୍ଚଳ ଗୁଡିକରେ ଏକ ଭକ୍ତିମୟ ପରିବେଶ ସହ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହେଉଛି ।

Comments (0)
Add Comment