ହରଭଙ୍ଗା ୨୪/୬:- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର ଉପାନ୍ତ ବଣପାହାଡ଼ ଅଞ୍ଚଳରେ ରହିଥିବା ଭା ପୁର ଗ୍ରାମବାସୀ ଦୀର୍ଘ ୧୦ ଦିନରୁ ଅଧିକ ହେଲା ବିଦ୍ୟୁତ ସେବାରୁ ବଞ୍ଚିତ ରହିଥିଲେ । ଉକ୍ତ ସମସ୍ୟା ନେଇ ହୀରାଞ୍ଚଳ ଖବର କାଗଜରେ ପ୍ରସାରଣ ହୋଇଥିଲା ଏବଂ ଖବରକୁ ନେଇ ଟିପିଏସଓଡିଲେ ଉଚ୍ଚପଦସ୍ତ ଅଧିକାରୀଙ୍କ କାର୍ଯ୍ୟାଳୟରୁ ବୌଦ୍ଧ ଜିଲ୍ଲା ବିଦ୍ୟୁତ ବିଭାଗକୁ ତୁରନ୍ତ ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଏପଟେ ନିର୍ଦ୍ଦେଶ ପାଇ ଶନିବାର ଦିନ ବିଭାଗୀୟ ଅଧିକାରୀମାନେ ପୋଡ଼ିଯାଇଥିବା ଟ୍ରାନ୍ସଫରମରକୁ ବଦଳ କରି ନୂତନ ଟ୍ରାନ୍ସଫରମର ସଂଯୋଗ କରି ବିଦ୍ୟୁତ ସେବା ଗ୍ରାମକୁ ଯୋଗାଇ ଦେଇଥିଲେ । ଗ୍ରାମରେ ନୂତନ ଟ୍ରାନ୍ସଫର୍ମର ଲଗାଯିବା ନେଇ ଗ୍ରାମବାସୀ ଖୁସି ଅନୁଭବ କରିବା ସହ ଖବର ସଂଗ୍ରହ ପ୍ରତିନିଧି ଓ ହୀରାଞ୍ଚଳ ଖବରକୁ ଧନ୍ୟବାଦ ଦେବା ସହିତ ଗଣମାଧ୍ୟମ ଦ୍ୱାରା ଅସୁବିଧାର ପ୍ରଚାର ପ୍ରସାର ହେବା ଯୋଗୁଁ ଗ୍ରାମରେ ବିଦ୍ୟୁତ ସେବା ମିଳିପାରିଛି ବୋଲି ପ୍ରଶଂସା କରିଛନ୍ତି ।