ବୁଦ୍ଧ ଜୟନ୍ତୀ ଅବସରରେ ଜିଲ୍ଲାପାଳଙ୍କ ବିଭିନ୍ନ ବୌଦ୍ଧ ପୀଠକୁ ଗସ୍ତ

ହରଭଙ୍ଗା,୫/୫:-.ବୌଦ୍ଧଧର୍ମକୁ ନେଇ ବୌଦ୍ଧ ଜିଲ୍ଲା ପରିକଳ୍ପନା କରାଯାଇଛି । ଆମ ରାଜ୍ୟର ୩୦ଗୋଟି ଜିଲ୍ଲା ମଧ୍ୟରୁ ବୌଦ୍ଧ ଜିଲ୍ଲା ବ୍ୟତୀତ କୌଣସି ଜିଲ୍ଲା କୌଣସି ଧର୍ମନାମରେ ଜିଲ୍ଲା କଳ୍ପନା କରାଯାଇନାହିଁ । ଭଗବାନ ବୁଦ୍ଧ ଅଥବା ବୌଦ୍ଧ ଧର୍ମର ପ୍ରଚାରକ ଗୌତମ ବୁଦ୍ଧଙ୍କ ଅନେକ କୀର୍ତ୍ତିରାଜି ବୌଦ୍ଧ ଜିଲ୍ଲାରେ ଦେଖିବାକୁ ମିଳେ । ଆଜି ବୁଦ୍ଧ ଜୟନ୍ତୀ ବା ବୁଦ୍ଧ ପୂର୍ଣ୍ଣିମା ଚନ୍ଦନ ଯାତ୍ରା ଅବସରରେ ହରଭଙ୍ଗା ବ୍ଲକ ପରଗଳପୁର ଗ୍ରାମରେ ମହାସମାରୋହରେ ପାଳିତ ହୋଇଛି ବୁଦ୍ଧ ପୂର୍ଣ୍ଣିମା । ଆଜକୁ ୫ ଦିନ ଧରି ଚାଲିଛି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ମିନାବଜାର ଓ ସୁସ୍ୱାଦୁ ଖାଦ୍ୟ ଷ୍ଟଲ । ଏହି ବୁଦ୍ଧ ପୂର୍ଣ୍ଣିମା ଅବସରରେ ଆଜି ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ଗ୍ରାମରେ ଥିବା ବୌଦ୍ଧ କୀର୍ତ୍ତିରାଜି ବୁଦ୍ଧ ମନ୍ଦିରକୁ ଆସି ପୂଜାର୍ଚ୍ଚନା କରି ମନ୍ଦିରର ଉନ୍ନତିକରଣ ସହିତ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ । ପରଗଳପୁର ଓ ଶ୍ୟାମସୁନ୍ଦରପୁର ଠାରେ ଅବସ୍ଥିତ ବୁଦ୍ଧ ମନ୍ଦିରର ରକ୍ଷଣା ବେକ୍ଷଣା, ସେଠାରେ ପାନୀୟ ଜଳ ସହିତ ପର୍ଯ୍ୟଟକମାନେ କିପରି ଅଧିକ ସଂଖ୍ୟାରେ ଆକୃଷ୍ଟ ହେବେ ସେଥିପାଇଁ ସମସ୍ତ ବ୍ୟବସ୍ଥା ପ୍ରଶାସନ ତରଫରୁ କରାଯିବ ବୋଲି କହିଥିଲେ ।

Comments (0)
Add Comment