ହରଭଙ୍ଗା : ବନ୍ୟା ଥମିଲା, ଜିଲ୍ଲାପାଳଙ୍କୁ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ କଲେ କୃଷି ଅଧିକାରୀ

ହରଭଙ୍ଗା : ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଗତକାଲି ହରଭଙ୍ଗା ବ୍ଲକ ଅଂଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ବନ୍ୟା ଯୋଗୁଁ ଏକର ଏକର ଚାଷ ଜମି ଜଳମଗ୍ନ ହୋଇଥିଲା । ବନ୍ୟା ଯୋଗୁଁ ୨ଟି ଗାଁ ମାଛଡା ଓ କୁତୁରୀ ପାଣି ଘେରରେ ଥିବାବେଳେ ହରଭଙ୍ଗା ବ୍ଲକର ବିଡିଓ ନିଳକଣ୍ଠ ବେହେରା ଓ ବ୍ଲକ କର୍ମଚାରୀ ପ୍ରମୁଖ ପାଣି ଘେରରେ ଥିବା ବିପନ୍ନମାନଙ୍କୁ ରିଲିଫ ବାବଦରେ ଚାଉଳ, ଡାଲି, ଚୁଡା ଆଦି ୩ ଦିନ ପାଇଁ ଗ୍ରାମବାସୀଙ୍କୁ ପ୍ରଦାନ କରିଛନ୍ତି । ସେହିପରି ବନ୍ୟା ଯୋଗୁଁ ହରଭଙ୍ଗା ବ୍ଲକର ନଦୀକୂଳିଆ ୩୭ଟି ଗ୍ରାମର ଚାଷ ଜମି ଜଳମଗ୍ନ ହୋଇଥିବା ନେଇ ହରଭଙ୍ଗା କୃଷି ଅଧିକାରୀ ହରଭଙ୍ଗା, କୁଶଙ୍ଗ, କୁମାରୀ ଆଦି ୩୭ଟି ଗ୍ରାମର ୧୩୨ ହେକ୍ଟର ଚାଷଜମି ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ପ୍ରାଥମିକ ରିପୋର୍ଟ ବୌଦ୍ଧ ଜିଲ୍ଲାପାଳଙ୍କ ପ୍ରଦାନ କରିଛନ୍ତି । ବନ୍ୟା କମିଲେ ସଂପୂର୍ଣ୍ଣ ରିପୋର୍ଟ ପ୍ରଦାନ କରାଯିବ ବୋଲି ହରଭଙ୍ଗା କୃଷି ଅଧିକାରୀ ପ୍ରକାଶ କରିଛନ୍ତି ।

Comments (0)
Add Comment