ହରଭଙ୍ଗାରେ ଓଡିଶା ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର

ହରଭଙ୍ଗା: ହରଭଙ୍ଗା ୟୁଥ୍ କ୍ଲବଠାରେ ଓଡିଶା ମୋ ପରିବାର ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିବିରକୁ ଉଦଘାଟନ କରିଥିଲେ । ସ୍ୱେଚ୍ଛାକୃତ ଭାବେ ୫୩ଜଣ ରକ୍ତଦାନ କରିଥିଲେ । ଦେଶରେ ଏବେ କରୋନା ଭଳି ମହାମାରୀ ସମୟରେ ରକ୍ତର ଜରୁରୀ ଆବଶ୍ୟକତା ଥିବାବେଳେ ଯୁବକମାନେ ରକ୍ତଦାନକରି ମହତକାମକୁ ସାଧାରଣରେ ପ୍ରଶଂସା କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ହରଭଙ୍ଗା ସରପଞ୍ଚ, ପୂର୍ବତନ ସୁରପଞ୍ଚ ସୁବୋଧ ପ୍ରଧାନ, ମତ୍ୟୁଞ୍ଜୟ ମିଶ୍ର, ଚିତ୍ତ ସିଂ, ତାରେଣୀ ମହାକୁଡ, ପ୍ରଦୀପ ସାହୁ, ଜିଲ୍ଲା ପର୍ଯ୍ୟବେକ୍ଷକ କୃତିବାଶ ପାତ୍ର ପ୍ରମୁଖ ଏହି ରକ୍ତଦାନ ଶିବିରକୁ ପରିଚାଳନା କରିଥିଲେ । ବୌଦ୍ଧ ରକ୍ତଭଣ୍ଡାରର ଡ. ମଳୟ ସାହୁ, କାଉନସିଲର ବନୋଜ ପ୍ରଧାନ, ଟେକ୍ନିସିଆନ ଦେବଦତ୍ତ କିଷାନ ରକ୍ତସଂଗ୍ରହ କରିଥିଲେ । ରକ୍ତଦାନ କରିଥିବା ବ୍ୟକ୍ତିମାନଙ୍କୁ ବୌଦ୍ଧ ବନଖଣ୍ଡ ବିଭାଗ ପକ୍ଷରୁ ବିଧାୟକ ଶ୍ରୀ ଅମାତ ବୃକ୍ଷରୋପଣ ପାଇଁ ଚାରା ବଣ୍ଟନ କରିଥିଲେ ।

Comments (0)
Add Comment