ବରଗଡ଼ ସାଇମନ୍ଦିର ବ୍ରିଜରେ ଜୋର ଦୁର୍ଘଟଣା

ବରଗଡ଼ : ସୂଚନା ଅନୁସାରେ ବୁଧବାର ମଧ୍ୟାହ୍ନ ୧ .୩0 ସମୟରେ ବରଗଡ଼ ସାଇ ମନ୍ଦିର ବ୍ରିଜରେ ବାଇକ, କାର ଓ ଟ୍ରକ ମଧ୍ୟରେ ଦୁର୍ଘଟଣା ଘଟିଛି | ବାଇକକୁ ଧକ୍କା ଦେଲା କାର ଓ କାରକୁ ଧକ୍କା ଦେଲା ଟ୍ରକ I ତେବେ କାର ଚାଳକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି I ବାଇକ ଚାଳକ ଗୁରୁତର ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକେ ଉଦ୍ଧାର କରି ହସ୍ପିଟାଲ ନେଇଛନ୍ତି I ତେବେ ବର୍ତ୍ତମାନ ଘଟଣା ସ୍ଥଳକୁ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି I କାର ଚାଳକ ବରଗଡ଼ ଖୁଟପାଲି କଲେଜର ଅଧ୍ୟକ୍ଷ ମନୋଜ ଆଚାର୍ଯ୍ୟ ହୋଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି I ତେବେ କାର ଆଗପଟ ସମ୍ପୂର୍ଣ ଚୁରମାର ହୋଇଥିବା ବେଳେ କାର ଚାଲକର ମୃତ୍ୟୁ ହୋଇଛି। ମୃତ୍ୟ ପରେ ତାଙ୍କର ପରିବାର ବର୍ଗ ଦୁଇ ଚକ୍ଷୁ ଦାନ କଲେ। ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ସବ ହସ୍ତାନ୍ତର କରାଯିବ I ଏନେଇ ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି I

Comments (0)
Add Comment