ବୌଦ୍ଧର ପ୍ରବାସୀ ଶ୍ରମିକଙ୍କ ସହାୟତା ପାଇଁ ହେଲପଲାଇନ ନମ୍ବର

ବୌଦ୍ଧ :ଅନ୍ୟରାଜ୍ୟରେ ଲକଡାଉନ ସମୟରେ ଅଟକି ରହିଥିବା ଶ୍ରମିକମାନଙ୍କ ପାଇଁ ଜିଲ୍ଲାପ୍ରଶାସନ ଏକ ହେଲପ ଲାଇନ ନମ୍ବର ଜାରିକରିଛି । ଯେଉଁ ପ୍ରବାସୀ ଶ୍ରମିକମାନେ ଘରକୁ ଫେରିବାକୁ ଚାହୁଁଛନ୍ତି ସେମାନେ ବୌଦ୍ଧଜିଲ୍ଲା ପାଇଁ କୋଭିଡ-୧୯ର ନୋଡାଲ ଅଫିସର ତଥା ସହକାରୀ ଜିଲ୍ଲାପାଳ ଅବନୀକାନ୍ତ ସାହୁଙ୍କୁ ମୋବାଇଲ ନଂ-୯୮୬୧୧୪୨୭୭୩ରେ ଯୋଗାଯୋଗ କରି ସହାୟତା ନେଇପାରିବେ । ଏ ସଂପର୍କରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଅଛି ।

Comments (0)
Add Comment