ସମ୍ବଲପୁରରେ ଫୁଟିଛି ବିରଳ ସହସ୍ରଦଳ ପଦ୍ମଫୁଲ: ସମଗ୍ର ଓଡ଼ିଶାରେ ଏହା ଦ୍ବିତୀୟ ଘଟଣା


ସମ୍ବଲପୁର:ଜଣେ ସ୍ଥାନୀୟ ଉଦ୍ୟମୀଙ୍କ ପ୍ରଚେଷ୍ଟାରୁ ସମ୍ବଲପୁର ରେ ହଜାରେ ପାଖୁଡ଼ା ବିଶିଷ୍ଟ ପଦ୍ମଫୁଲ ଫୁଟାଇବା ସମ୍ଭବ ହୋଇପାରିଛି, ଯାହାକି ଏକ ବିରଳ ଫୁଲ ବୋଲି ଜଣା ପଡିଛି । ସାଧାରଣତଃ ଲୋକେ ଶତଦଳ ପଦ୍ମଫୁଲ କୁ ଶ୍ରଦ୍ଧା ସହକାରେ ଭଗବାନଙ୍କ ପୂଜା ଓ ବିଶେଷକରି ମହାଲକ୍ଷ୍ମୀଙ୍କ ସାମ୍ନାରେ ଅର୍ପଣ କରିଥାନ୍ତି, ଯାହାର କି ପ୍ରାୟ ୧୦୮ଟି ପାଖୁଡ଼ା ଥାଏ । କିନ୍ତୁ ସହସ୍ର ପାଖୁଡ଼ା ଥିବା ପଦ୍ମଫୁଲ ଅତ୍ୟନ୍ତ ବିରଳ ବୋଲି କୁହାଯାଏ । ଏପରି ଏକ ବିରଳ ପଦ୍ମଫୁଲ ନିଗମ ବଗିଚାରେ ଫୁଟାଇବା ରେ ସଫଳତା ହାସଲ କରିଛନ୍ତି ସମ୍ବଲପୁରର ଯୁବ ଉଦ୍ୟମୀ ସୁବ୍ରତ କୁମାର ନାଥ । ସ୍ଥାନୀୟ କଲ୍ୟାଣ ନଗର ନିବାସୀ ଶ୍ରୀନାଥଙ୍କ ଅନୁସାରେ ଏପରି ବିରଳ ପଦ୍ମଫୁଲ ଚେନ୍ନାଇ ଠାରେ ଦେଖିବାକୁ ମିଳେ, ସେଠାକାର ବ୍ୟବସାୟୀମାନେ ଏହାର ବୀଜ ଚଢା ଦରରେ ବିକ୍ରି ମଧ୍ୟ କରନ୍ତି । ଏହିପରି ଜଣଙ୍କ ଠାରୁ ସେ ଏହାର ବୀଜ କିଣି ଏଠାରେ ତାହାର ଗଛ ଓ ଫୁଲ ଫୁଟାଇବା ପାଇଁ ସେ ବିଗତ ଦୁଇ ବର୍ଷ ହେଲା ଚେଷ୍ଟା କରୁଥିଲେ । ବର୍ତମାନ ଏଥିରେ ପ୍ରାପ୍ତ ସଫଳତା ତାଙ୍କୁ ଅଭିଭୂତ କରିଛି । ଏହା ସମଗ୍ର ରାଜ୍ୟରେ ଦ୍ୱିତୀୟ ଘଟଣା ବୋଲି କୁହାଯାଉଛି ।

Comments (0)
Add Comment