ବୌଦ୍ଧ -ସରକାର ଦେଇଥିବା ଜିଲ୍ଲାପାଳ କ୍ଷମତା ବଳରେ ବଢିଗା ସରପଞ୍ଚ ଶ୍ରୀମତୀ ଅଞ୍ଜଳି ସେଠୀ ବଢିଗା ଛକ ଓ ଗାଆଁକୁ ଆଜି କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି | ସେହିପରି ବଲାସିଙ୍ଗା ଠାରେ ଥିବା ଆଇ. ଆର. ବି. ପଞ୍ଚମ ବାଟାଲିୟନ କ୍ୟାମ୍ପସ ପରିସର ଓ ତତସଂଲଗ୍ନ 500 ମିଟର୍ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରା ଯାଇଛି l ଏ ସବୁ ଅଂଚଳରୁ ଆଜି କରୋନା ପଜିଟିଭ ଚିହ୍ନଟ ହୋଇଥିବା ଯୋଗୁଁ ସଂକ୍ରମଣ ଆଶଙ୍କାରେ ସରପଞ୍ଚ ଆଜିଠୁ ଆସନ୍ତା 28 ତାରିଖ ମଧ୍ୟରାତ୍ରୀ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି | ଉକ୍ତ ସମୟ ମଧ୍ୟରେ କୌଣସି ଲୋକ ଘରୁ ବାହାରକୁ ନ ବାହାରିବା ଓ ଏକାଠି ଅଧିକ ଲୋକ ଠୁଳ ନ ହେବାକୁ ସରପଞ୍ଚ ଶ୍ରୀମତୀ ସେଠୀ ଅନୁରୋଧ କରିଛନ୍ତି |