ଅନଲାଇନ୍ ପାଠ ସମସ୍ତଙ୍କୁ ପଢାଯାଉ : ହାଇକୋର୍ଟ

ଭୁବନେଶ୍ୱର : କରୋନା ମହାମାରୀ ସମୟରେ ବିଦ୍ୟାଳୟଗୁଡିକ ବନ୍ଦ ରହିଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନଲାଇନ ପାଠ ପଢା ବ୍ୟବସ୍ଥା କରାଯାଇଛି । ତେବେ ଏହି ଅନଲାଇନ ଶିକ୍ଷାଦାନରୁ ସବୁ ଛାତ୍ରଛାତ୍ରୀ ଲାଭ ପାଉନାହାନ୍ତି । ଏଣୁ ହାଇକୋର୍ଟ ଏ କ୍ଷେତ୍ରରେ ହସ୍ତକ୍ଷେପ କରି ଆଜି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ହାଇକୋର୍ଟ ନିର୍ଦ୍ଦେଶ ଅନୁଯାୟୀ ଜଣେ ଛାତ୍ର ବା ଛାତ୍ରୀ ଫି ଦେଇଥାନ୍ତୁ ବା ନଦେଇଥାନ୍ତୁ ସମସ୍ତଙ୍କୁ ଅନଲାଇନରେ ପାଠ ପଢାଇବାକୁ ହେବ । ସବୁ ପିଲାଙ୍କୁ ଅନଲାଇନ ଆଇଡି ଓ ପାସୱାର୍ଡ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏ ସଂକ୍ରାନ୍ତୀୟ ଏକ ଜନସ୍ୱାର୍ଥ ମାମଲାର ବିଚାର କରି ହାଇକୋର୍ଟ କହିଛନ୍ତି ଯେ, ରାଜ୍ୟ ଓ କେନ୍ଦ୍ର ସିବିଏସ୍‌ସି, ଆଇସିସି ବୋର୍ଡ ଏ ସଂକ୍ରାନ୍ତରେ ତୁରନ୍ତ ପଦକ୍ଷେପ ନିଅନ୍ତୁ । ଉଲ୍ଲେଖଯୋଗ୍ୟ ଯେ, ୪ ମାସର ସ୍କୁଲ ଫି ଛାଡ ପାଇଁ ହାଇକୋର୍ଟରେ ପିଟିସନ କରାଯାଇଛି । ପୁରା ଶିକ୍ଷାବର୍ଷ ପାଇଁ ଟିଉସନ ଫି\’ ଛାଡ ପାଇଁ ଆବେଦନ କରାଯାଇଥିବା ବେଳେ ହାଇକୋର୍ଟ କେବଳ ଅନଲାଇନ ପାଠପଢା ସଂପର୍କରେ ଏହି ନିର୍ଦ୍ଦେଶ ଜାରି କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଓଡିଶା ଅଭିଭାବକ ମହାସଂଘ ପକ୍ଷରୁ କରାଯାଇଥିବା ଏହି ପିଟିସନର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୬ ତାରିଖରେ ହେବ ।

Comments (0)
Add Comment