ହାଇକୋର୍ଟଙ୍କ ନିର୍ଦ୍ଦେଶ: ସପ୍ତାହରେ ଆଇନଜୀବୀ ପରିଷଦ ନିର୍ବାଚନ କାମ ସାର

କଟକ : ରାଜ୍ୟ ଆଇନଜୀବୀ ପରିଷଦ ନିର୍ବାଚନ ନେଇ ରାଜ୍ୟ ହାଇକୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୬ ସପ୍ତାହ ମଧ୍ୟରେ ନିର୍ବାଚନ ସାରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପରିଷଦର ପୂର୍ବତନ ଅଧ୍ୟକ୍ଷ ଚିନ୍ମୟ ମହାନ୍ତିଙ୍କ ଆବେଦନର ରାୟ ପ୍ରକାଶ ସହ ହାଇକୋର୍ଟ ଏହା କହିଛନ୍ତି । ଆବେଦନକାରୀ ଦର୍ଶାଇଥିଲେ ଯେ ୫ ବର୍ଷିଆ କାର୍ଯ୍ୟକାଳ ବିଶିଷ୍ଟ ପରିଷଦର କାର୍ଯ୍ୟକାଳ ୨୦୧୮ରୁ ଶେଷ ହେଲାଣି । ଏହାଭିତରେ ତିନି ବର୍ଷରୁ ଅଧିକ ବିତିଯାଇଥିଲେ ହେଁ ନିର୍ବାଚନ କରାଯାଇନାହିଁ । ଏହାଦ୍ୱାରା ଆଇନଜୀବୀ ମାନଙ୍କର ଅନେକ ସମସ୍ୟାର ସମାଧାନ ହୋଇପାରୁ ନାହିଁ । ଭାରତୀୟ ଆଇନଜୀବୀ ପରିଷଦଙ୍କ ନିର୍ଦ୍ଦେଶ ମୁତାବକ, ଆଇନଜୀବୀଙ୍କ ଯାଞ୍ଚ ପ୍ରକ୍ରିୟା ଜାରି ରହିଥିବାରୁ ଚୂଡାନ୍ତ ଭୋଟର ତାଲିକା ପ୍ରସ୍ତୁତ ହୋଇପାରିନାହିଁ । ଏହି ପରିପ୍ରେକ୍ଷୀରେ ନିର୍ବାଚନ କରିବା ସମ୍ଭବ ନୁହେଁ ବୋଲି ପରିଷଦ ପକ୍ଷରୁ ଅଦାଲତଙ୍କୁ ଅବଗତ କରାଯାଇଥିଲା । ତେବେ ପରିଷଦର ଏହି ଯୁକ୍ତିକୁ ଗ୍ରହଣ କରିନାହାନ୍ତି ହାଇକୋର୍ଟ । ହାଇକୋର୍ଟ ପୁରୁଣା ଭୋଟର ତାଲିକା ଆଧାରରେ ନିର୍ବାଚନ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Comments (0)
Add Comment