ପାଟଣାଗଡ,୩/୧୨: ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବଲାଙ୍ଗିର ଜିଲ୍ଲା ସଭାପତି ଶ୍ରୀମତୀ ଟୁକୁନି ସାହୁଙ୍କ ଦ୍ୱାରା ବିଜେଡିର ପାଟଣାଗଡ ବ୍ଲକ ସଭାପତି ଭାବେ ମନୋନୀତ ହୋଇଛନ୍ତି ହିମାଞ୍ଚଳ ପ୍ରଧାନ । ଏଥିପାଇଁ ଶ୍ରୀ ପ୍ରଧାନ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ, ମନ୍ତ୍ରୀ ତଥା ବିଜେଡି ଜିଲ୍ଲା ସଭାପତି ଶ୍ରୀମତୀ ଟୁକୁନୀ ସାହୁ ଏବଂ ବିଧାୟକ ସରୋଜ ମେହେରଙ୍କୁ ଧନ୍ୟବାଦ ଜଣାଇବାସହ କୃତଜ୍ଞତା ଜ୍ଞାପନ କରିଛନ୍ତି ଏବଂ ଅଞ୍ଚଳର ବିକାଶ ଲାଗି ସମସ୍ତ ବିଜୁ ଜନତା ଦଳର କର୍ମୀମାନଙ୍କ ସହଯୋଗ କାମନା କରିଛନ୍ତି ।