ଅସ୍ଥାୟୀ କର୍ମଚାରୀଙ୍କୁ ନିୟମିତ କରିବାକୁ ଦାବିପତ୍ର

ସୁବର୍ଣ୍ଣପୁର: ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘ ସୋନପୁର ଶାଖାର ଏକ ସାଧାରଣ ସଭା ସ୍ଥାନୀୟ ଏନଜିଓସିସି ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଲଳିତ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂଘର ସାଧାରଣ ସମ୍ପାଦକ ପ୍ରଣୟ ପଟ୍ଟନାୟକ, ଉପ ସଭାପତି ପବିତ୍ର ଖୁଣ୍ଟିଆ, ସହ ସମ୍ପାଦକ ସୁଶୀଲ କୁମାର ଦାସ, ସମ୍ବିତ ପଣ୍ଡା, ଜୋନାଲ ସମ୍ପାଦକ ସୁଶୀଲ ସେଠ, କୋଷାଧ୍ୟକ୍ଷ ସତ୍ୟଜିତ ପରିଡା, ଏକଜିକ୍ୟୁଟିକବଡି ମେମ୍ବର ସୁନୀଲ ବାରିକ ଯୋଗଦେଇ ଶ୍ରମିକମାନଙ୍କର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ଅସ୍ଥାୟୀ କର୍ମଚାରୀଙ୍କୁ ନିୟମିତ କରିବା, ଠିକା ଶ୍ରମିକଙ୍କ ୨୫% ଦରମା ବୃଦ୍ଧି, ସମାନ କାମକୁ ସମାନ ଦରମା ପ୍ରଦାନ ପ୍ରଭୁତି ଦାବି ନେଇ ଡିଭିଜନ ସମ୍ପାଦକ ଜ୍ୟୋତିରଞ୍ଜନ ଦାସଙ୍କ ନେତୃତ୍ୱରେ ଶ୍ରମିକମାନେ ସ୍ଥାନୀୟ ନିର୍ବାହୀ ଯନ୍ତ୍ରୀ ସତ୍ୟ ପ୍ରକାଶ ସାହୁଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ । ଏହା ପରେ ସ୍ଥାନୀୟ ଜିଲ୍ଲା ଶ୍ରମ ଅଧିକାରୀ ଏବଂ ଟିପିଓବ୍ଲୁଓଡିଏଏଲ ଅଧୀନରେ କାର୍ଯ୍ୟ କରୁଥିବା ଆଉଟ ସୋର୍ସ ଏଜେନସିର ଅଧିକାରୀ ମାନଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଞ୍ଜୟ ପାଣିଗ୍ରାହୀ, ଅମର ସାହୁ, ଅଭୟ ବଳ, ଗଜାନନ ପାତ୍ର, ସୁନୀଲ ସାହୁ, ନବକୁମାର ରଣା, ପଙ୍କଜ ପ୍ରଧାନ, ଧନଞ୍ଜୟ ପ୍ରଧାନ, ଅଜିତ ସାହୁ, ଡୋଳାମଣି ସାହୁ, ଶ୍ରୀଧର ପଟେଲ, ସୁନୀଲ ମୁଗ୍ରୀ, ପ୍ରଦୀପ ଦାସ, ଉତ୍ତମ ପୋଢ଼, ପ୍ରକାଶ ସାହୁ, ଅଶୋକ ଭୋଇ, ବିଶ୍ୱାମିତ୍ର ଦାସ, ବୀର ରଣା, ସୁମିତ୍ରୀ ମହାନନ୍ଦ ପ୍ରମୁଖ ସହଯୋଗ କରିଥିଲେ ।

Comments (0)
Add Comment