ହୀରାଞ୍ଚଳ ପ୍ରଭାବ : କିଡ୍‌ନୀ ରୋଗୀଙ୍କୁ ପ୍ରଶାସନ ପକ୍ଷରୁ ସହାୟତା ପ୍ରଦାନ

ହରଭଙ୍ଗା: ଦୈନିକ “ହୀରାଞ୍ଚଳ’ର ଗତ ୧୭ ତାରିଖର ସଂସ୍କରଣରେ ‘କିଡନୀ ରୋଗରେ ଦେବାର ଶଯ୍ୟାଶାୟୀ’ ଶୀର୍ଷକ ଏକ ଖବର ପ୍ରକାଶ ପାଇଥିଲା । ଏହି ଖବର ପାଇଁ ହରଭଙ୍ଗା ବିଡିଓ ନିଳକଣ୍ଠ ବେହେରା ହରଭଙ୍ଗା ପଞ୍ଚାୟତର ବୁକେଶିଙ୍ଗା ଗ୍ରାମରେ ଥିବା ଦେବାରଙ୍କ ଘରକୁ ଯାଇଥିଲେ । ସେ ତାଙ୍କ ସଂପର୍କରେ ସମସ୍ତ ରିପୋର୍ଟ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ପ୍ରଦାନ କରିଥିଲେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଆଜି ହରଭଙ୍ଗା ବିଡିଓ ରେଡକ୍ରସ ପାଣ୍ଠିରୁ ଦେବରଙ୍କ ପରିବାରକୁ ୧୦ହଜାର ଟେଙ୍କାର ଏକ ଚେକ୍ ପ୍ରଦାନ କରିଛନ୍ତି । ସେହିପରି ଅନ୍ୟ ସମସ୍ତ ସୁବିଧା ଜିଲ୍ଲା ପ୍ରଶାସନକୁ ପକ୍ଷରୁ ଯୋଗାଇ ଦିଆଯିବ ବୋଲି ବିଡିଓ ଦେବାରଙ୍କ ସ୍ତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଆର୍ଥିକ ସହାୟତା ପାଇଥିବାରୁ ଜିଲ୍ଲା ପ୍ରଶାସନ ଓ ହୀରାଞ୍ଚଳ ପ୍ରତିନିଧିଙ୍କୁ ଦେବାରଙ୍କ ପରିବାର ଧନ୍ୟବାଦ ଜଣାଇଛି ।

Comments (0)
Add Comment