ଅବସରପ୍ରାପ୍ତ ଆଇଏଏସ୍ ଡ.ତ୍ରିବିକ୍ରମ ପ୍ରଧାନଙ୍କୁ ନୂଆ ନିଯୁକ୍ତି ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଅବସରପ୍ରାପ୍ତ ଆଇଏଏସ୍ ଡ. ତ୍ରିବିକ୍ରମ ପ୍ରଧାନଙ୍କୁ ରାଜ୍ୟ ସରକାର ବର୍ଷକ ପାଇଁ ନୂଆ ନିଯୁକ୍ତି ଦେଇଛନ୍ତି । ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସେ ଜଳ ସଂପଦ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟ କରିବେ । ଚଳିତ ମାସ ପହିଲାରୁ ତାଙ୍କ ନିଯୁକ୍ତି ଲାଗୁ କରାଯାଇଛି । ଅବସର ବେଳକୁ ସେ ଅବକାରୀ ବିଭାଗର ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଥିଲେ ।

Comments (0)
Add Comment