ବଢିଲା ଆଇଏଏସ ପୂଜା ଖେଡକରଙ୍କ ଅଡ଼ୁଆ, ମାମଲା ରୁଜ୍ଜୁ କଲା ୟୁପିଏସସି

ନୂଆଦିଲ୍ଲୀ: ଆଇଏଏସ୍ ପୂଜା ଖେଡକରଙ୍କ ସମସ୍ୟା ବଢ଼ିଛି। ଆଇଏଏସ୍ ଅଫିସର ପୂଜା ଦିଲ୍ଲୀପ ଖେଡକରଙ୍କ ବିରୋଧରେ ସଂଘ ଲୋକସେବା ଆୟୋଗ ବା ୟୁପିଏସସି ଏକ ମାମଲା ରୁଜୁ କରିଛି। ଜାଲିଆତି ଅଭିଯୋଗରେ ମାମଲା ରୁଜୁ କରାଯିବା ସହ ତାଙ୍କର ଆଇଏଏସ ପଦ ରଦ୍ଦ ପାଇଁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଏହା ପୂର୍ବରୁ ମହାରାଷ୍ଟ୍ର ସରକାର ତାଙ୍କ ପ୍ରଶିକ୍ଷଣ ବାତିଲ କରିଥିଲେ ଏବଂ ଏଲବିଏସଏସଏ ଜୁଲାଇ ୨୩ରେ ତାଙ୍କୁ ମସୁରୀକୁ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଜାରି କରିଥିଲା । ୟୁପିଏସଏସି ବିଜ୍ଞପ୍ତିରେ କୁହାଯାଇଛି ଯେ ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷା ୨୦୨୨ର ଟ୍ରେନି ଆଇଏଏସ ପୂଜା ମନୋରମା ଦିଲୀପ ଖେଡକରଙ୍କ ଜାଲିଆତିର ପୁଙ୍ଖାନୁପୁଙ୍ଖ ତଦନ୍ତ କରିଥିଲା । ଏହି ଅନୁସନ୍ଧାନରେ ଜାଣିବାକୁ ମିଳିଥିଲା ଯେ ଆଇଏଏସ୍ ନିଜ ନାମ, ବାପାଙ୍କ ନାମ ଓ ମା’ଙ୍କ ନାମ, ଫଟୋ/ଦସ୍ତଖତ, ମେଲ୍ ଆଇଡି, ମୋବାଇଲ ନମ୍ବର ଓ ଠିକଣା ବଦଳାଇ ପରୀକ୍ଷା ନିୟମ ଅନୁଯାୟୀ ସଂରକ୍ଷଣର ଫାଇଦା ଉଠାଇଥିଲେ। ଏହି କାରଣରୁ ୟୁପିଏସସି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି, ଯେଉଁଥିରେ ପୁଲିସ ପ୍ରାର୍ଥୀଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି । ଏହା ସହ ସିଭିଲ ସର୍ଭିସ ପରୀକ୍ଷାରେ ତାଙ୍କର ପ୍ରାର୍ଥିପତ୍ର ରଦ୍ଦ କରିବା ପାଇଁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରାଯାଇଛି ।

Comments (0)
Add Comment