ଭୁବନେଶ୍ୱର : ରାଜ୍ୟ ସରକାର ଆଜି ଆଇଏଏସ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି । ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁଯାୟୀ ଗଞ୍ଜାମ ଜିଲ୍ଲପାଳ କୁଳାଙ୍ଗେ ବିଜୟ ଅମୃତଙ୍କୁ ଭୁବନେଶ୍ୱର ମହାନଗର ନିଗମର କମିଶନର ଭାବେ ଅବସ୍ଥାପିତ କରାଯାଇଛି । ସେହିପରି ସୁଧାଂଶୁ ମୋହନ ସାମଲଙ୍କୁ ଜଳ ସମ୍ପଦ ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ପୂର୍ବରୁ ସେ ଦେବଗଡ଼ ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିଲେ । ସେହିପରି କନ୍ଧମାଳ ଜିଲ୍ଲପାଳ ଡ଼. ବୃନ୍ଦା ଓଡିଶା ରାଜ୍ୟ ଖଣି ନିଗମ ଲିଃର ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି ।