ଆଇଏଏସସ୍ତରରେ ଅଦଳ ବଦଳ

ଭୁବନେଶ୍ୱର: ଆଇଏଏସ ଅଫିସର ସ୍ତରରେ ରାଜ୍ୟ ସରକାର ଏକ ବଡ଼ ଧରଣର ଅଦଳ ବଦଳ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଅର୍ଥ ସଚିବ ଥିବା ଅଶୋକ ମିନାଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସଚିବଭାବେ ଅବସ୍ଥାପିତ କରାଯାଇଛି । ଅପରପକ୍ଷରେ ପର୍ଯ୍ୟଟନ ଓ କ୍ରୀଡ଼ା ସଚିବ ବିଶାଳ ଦେବଙ୍କୁ ଅର୍ଥ ସଚିବ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି । ସେହିପରି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସଚିବ ଥିବା ଡି.କେ ସିଂହଙ୍କୁ ଇସ୍ପାତ ଓ ଖଣି ବିଭାଗର ସଚିବଭାବେ ନିଯୁକ୍ତି ଦିଆଯାଇଛି । ଏହାଛଡ଼ା ଇସ୍ପାତ ଓ ଖଣି ସଚିବ ସୁରେନ୍ଦ୍ର କୁମାରଙ୍କୁ ସାଧାରଣ ପ୍ରଶାସନ ସହ ଅତିରିକ୍ତଭାବେ ପର୍ଯ୍ୟଟନ ବିଭାଗର ସଚିବ ଦାୟିତ୍ୱ ମିଳିଛି । ସେହିପରି ଆର. ଭିନିଲ କ୍ରିଷ୍ଣା ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଥିବାବେଳେ ତାଙ୍କୁ କ୍ରୀଡ଼ା ଓ ଯୁବ ବ୍ୟାପାରର ସଚିବଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି ।

Comments (0)
Add Comment