ଦାରିଙ୍ଗବାଡ଼ିରେ ଇକୋ ରିଟ୍ରିଟ ର ଉଦଘାଟନ

ବାଲିଗୁଡ଼ା,୧୫/୧୨: ଚାଲିଛି ପର୍ଯ୍ୟଟନ ଋତୁ । ପର୍ଯ୍ୟଟକଙ୍କ ପାଇଁ ପୁଣି ଇକୋ ରିଟ୍ରିଟ୍‌ର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ପାଇଁ ପୁଣି ଇକୋ ରିଟ୍ରିଟର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ଆଜି ଦିନ ୧୧ଟା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍‌ଚୁଆଲ୍‌ ମାଧ୍ୟମରେ ଇକୋ ରିଟ୍ରିଟର ଶୁଭ ଉଦଘାଟନ କରିଛନ୍ତି । ପର୍ଯ୍ୟଟନ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ପର୍ଯ୍ୟଟକଙ୍କ ରହିବା, ଖାଇବା, ପର୍ଯ୍ୟଟନ ସ୍ଥଳୀ ବୁଲିବାସହ ସ୍ୱାସ୍ଥ୍ୟସେବା,ଖାଦ୍ୟ, ପାନୀୟଜଳର ବ୍ୟବସ୍ଥା ସହ ପର୍ଯ୍ୟଟକଙ୍କୁ ପର୍ଯ୍ୟଟନ ସ୍ଥଳୀ ବୁଲାଇବା ପାଇଁ ଗାଇଡ୍‌ ବ୍ୟବସ୍ଥା ମଧ୍ୟ କରାଯାଇଛି । ଏହି ଇକୋ ରିଟ୍ରିଟରେ ପଞ୍ଚ ତାରକା ହୋଟେଲର ସମସ୍ତ ସୁବିଧା ପାଇପାରିବେ ପର୍ଯ୍ୟଟକ ।

ଏହି ଉଦଘାଟନୀ ଉତ୍ସବରେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଆକାଂକ୍ଷା ପ୍ରଧାନ, ଜିଲ୍ଲାପାଳ ଡ.ବୃନ୍ଦା ଡି,ଏସପି ଭିନିତ୍‌ ଅଗ୍ରୱାଲ, ବାଲିଗୁଡ଼ା ଉପଜିଲ୍ଲାପାଳ ଡ.ଶୁଭଙ୍କର ମହାପାତ୍ରଙ୍କ,ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଶୁଭଦର୍ଶୀ ନାୟକ ଓ ଦାରିଙ୍ଗବାଡ଼ି ବିଡିଓ ଗଦାଧର ପାତ୍ରଙ୍କ ସମେତ ବହୁ ଅଧିକାରୀ ସାମିଲ ହୋଇ ପର୍ଯ୍ୟଟନ କ୍ଷେତ୍ରରେ ଦାରିଙ୍ଗବାଡ଼ିକୁ କିଭଳି ଆହୁରି ଆଗକୁ ନିଆଯାଇପାରିବ ସେନେଇ ଆଲୋଚନା କରିଛନ୍ତି । ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ମହତ ଉଦ୍ଦେଶ୍ୟକୁ ପ୍ରଶଂସା କରିବାସହ ଧନ୍ୟବାଦ ଜଣାଇଛନ୍ତି ବିଧାୟକ ଚକ୍ରମଣି କହଁର ।

Inauguration of Eco Retreat in Daringwadiଦାରିଙ୍ଗବାଡ଼ିରେ ଇକୋ ରିଟ୍ରିଟର ଉଦଘାଟନ
Comments (0)
Add Comment