ଶ୍ରମିକସଂଘ ତରଫରୁ ଲପଙ୍ଗା ମାଲଗୋଦାମର ଉଦ୍ଘାଟନ

ରେଙ୍ଗାଲି : ବ୍ଲକ ଅନ୍ତର୍ଗତ ଲପଙ୍ଗା ରେଲୱେ ଷ୍ଟେସନ ନିକଟରେ ଆଜି ଭାରତୀୟ ରେଲୱେ ମାଲଗୋଦାମ ଶ୍ରମିକସଙ୍ଘ ତରଫରୁ ଲପଙ୍ଗା ମାଲଗୋଦାମ ର ଉଦ୍ଘାଟନ ଏବଂ ସ୍ଥାନାନ୍ତର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ମୁଖ୍ୟ ଅତିଥି ଭାବେ,ଭାରତୀୟ ରେଲୱେ ମାଲଗୋଦାମ ଶ୍ରମିକସଙ୍ଘ ରାଷ୍ଟ୍ରୀୟ ପ୍ରଭାରୀ ଶ୍ରୀ ମୋନରଞ୍ଜନ ପାଶ୍ୱନ ଯୋଗ ଦେଇଥିବା ବେଳେ, ସମ୍ମାନିୟ ଅତିଥି ଭାବେ ଭାରତୀୟ ଜନତା ପାର୍ଟିର ସମ୍ବଲପୁର ଜିଲ୍ଲା ଉପସଭାପତି ଶ୍ରୀ ସୁଧୀର ଗୁପ୍ତା ଯୋଗଦେଇଥିଲେ। ଅନ୍ୟାନ୍ୟ ଅତିଥି ଭାବେ ଶ୍ରୀ ଅଂଶୁମାନ ବାନାର୍ଜୀ (ଦକ୍ଷିଣ ପୂର୍ବ ଓ ପୂର୍ବ ତଟ ରେଲୱେ ଇଂଚାର୍ଜ), ଶ୍ରୀ କିଶୋର କୁମାର ସାହୁ (ଭାରତୀୟ ରେଲୱେ ମାଲଗୋଦାମ ଶ୍ରମିକ ମହା ସଂଘ, ଲପଙ୍ଗା ର ସଭାପତି), ଶ୍ରୀ ଚିତ୍ତରଞ୍ଜନ ପାତ୍ର (ଭାରତୀୟ ରେଲୱେ ମାଲଗୋଦାମ ଶ୍ରମିକ ମହା ସଙ୍ଘ, ଲପଙ୍ଗା ର ସଚିବ), ଶ୍ରୀ ଅଫଦୁଲ ଆଫ୍ରିମ (ଭାରତୀୟ ରେଲୱେ ମାଲଗୋଦାମ ଶ୍ରମିକସଙ୍ଘ, ଓଡ଼ିଶା ପ୍ରଭାରୀ) ପ୍ରଭୁତି ମଞ୍ଚାସିନ ଥିଲେ। ଲପଙ୍ଗା ମାଲଗୋଦାମରୁ ଆରମ୍ଭ ହୋଇ ଥିବା ଏହି ସ୍ଥାନାନ୍ତର ପ୍ରକ୍ରିୟା ଆଗକୁ ଓଡ଼ିଶାର ୩୭ ରୁ ୪୦ ଟି ସ୍ଥାନରେ ମଧ୍ୟ ହେବ ବୋଲି, ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ କହିଥିଲେ ,ଏହାସହିତ ଏଥିରେ ଆଖପାଖର ଅନେକ କର୍ମଚାରୀ (୨୪ x ୭) ନିଯୁକ୍ତି ପାଇବେ ଓ ରୋଜଗାର କ୍ଷମ ହୋଇପାରିବେ ବୋଲି ଶ୍ରୀଯୁକ୍ତ ପାଶ୍ୱନ କହିଥିଲେ। କରୋନା ମହାମାରୀ ସମୟରେ ଏହି ଶ୍ରମିକ ସଙ୍ଘର ଭୂମିକା କେତେ ଗରୁତ୍ବପୂର୍ଣ ଥିଲା ସେବିଷୟରେ ଶ୍ରୀ ବାନାର୍ଜୀ ଆଲୋଚନା କରିଥିଲେ। ଏହି ସଙ୍ଘର ରାଉରକେଲା ପ୍ରଭାରୀ ଆନ୍ନା ମାରାଣ୍ଡି ଜଣେ ମହିଳା ହୋଇ ସଙ୍ଘ ପାଇଁ ଲଢ଼ି ଓ ସଙ୍ଘର୍ଷ କରି ଆଜି କିପରି ଜଣେ ସଫଳ ମହିଳାର ପରିଚୟ ପାଇଛନ୍ତି ତାହା ମଧ୍ୟ ଲୋକଙ୍କୁ ପ୍ରଭାବିତ କରିଥିଲା। ଶ୍ରୀ ଫିରୋଜ କୁମାର ବାଦୀ ମଞ୍ଚ ପରିଚାଳନା କରିଥିବା ବେଳେ ପରିଶେଷରେ ଶ୍ରୀ କିଶୋର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l

Comments (0)
Add Comment