ଉନ୍ନତ କିସମର ଗୁଡ଼ ଭାଟି ଉଦଘାଟନ

ନବରଙ୍ଗପୁର: ବିଜ୍ଞାନ ଓ କାରିଗରୀ ବିଦ୍ୟା ପ୍ରକଳ୍ପ ମାଧ୍ୟମରେ ଭାରତୀୟ ପେଟ୍ରୋଲିୟମ୍‌ ସଂସ୍ଥାନ, ଡେରାଡୁନ ଓ ଆଇଏମ୍‌ଏମ୍‌ଟି ଭୁବନେଶ୍ୱର ପକ୍ଷରୁ ନବରଙ୍ଗପୁର ବ୍ଲକର ଚୁରାହାଣ୍ଡିଠାରେ ଉନ୍ନତ ମାନର ଗୁଡ ଉତ୍ପାଦାନ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଯୋଗ ଦେଇ ଏହି ଭାଟି ଦ୍ୱାରା ଉନ୍ନତ ମାନର ଗୁଡ ପ୍ରସ୍ତୁତ ହୋଇପରିବା ସଙ୍ଗେ ସଙ୍ଗେ ଅଧିକ ମୂଲ୍ୟରେ ବିକ୍ରି ହୋଇପାରିବ ବୋଲି ସେ କହିଥିଲେ । ଏହିଭଳି ଭାଟି ଆସନ୍ତା ଦିନରେ ଆଖୁ ଚାଷୀଙ୍କୁ ଅଧିକ ଲାଭବାନ କରିପାରିବ ବୋଲି ବିଧାୟକ ସଦାଶିବ ପ୍ରଧାନୀ ମତ ବ୍ୟକ୍ତ କରିଥିଲେ ।

ଭାରତୀୟ ପେଟ୍ରୋଲିୟମ୍‌ ସଂସ୍ଥାନ ଡେରାଡୁନ ପକ୍ଷରୁ ଏହି ଭାଟିରେ ଶତକଡ଼ା ୨୫ ଭାଗ ଜାଳେଣୀ ଖର୍ଚ୍ଚ କମ୍‌ ହୋଇ ପରିବା ସଙ୍ଗେ ସଙ୍ଗେ ଶତକଡା ୧୫ ଭାଗ ଉତ୍ପାଦନ କ୍ଷମତା ବୃଦ୍ଧି ପାଇପାରିବ ବୋଲି ଭାରତୀୟ ପେଟ୍ରୋଲିୟମ୍‌ ସଂସ୍ଥାନ ଡେରାଡୁନର ପ୍ରଧାନ ବୈଜ୍ଞାନିକ ଡଃ ପଙ୍କଜ କୁମାର ଆର୍ଯ୍ୟ ମତବ୍ୟକ୍ତ କରିଛନ୍ତି ।

ଏହି ଭାଟିରୁ ପ୍ରତି ଘଣ୍ଟାରେ ୬୦ କେଜି ପର୍ଯ୍ୟନ୍ତ ଗୁଡ ବାହାରିପାରିବ ବୋଲି ସେ ପ୍ରକାଶ କରଥିଲେ । ଆଇଏମ୍‌ଏମ୍‌ଟି ଭୁବନେଶ୍ୱରର ବରିଷ୍ଠ ବୈଜ୍ଞାନିକ ଡଃ ଦେବବ୍ରତ ସିଂ ଯୋଗ ଦେଇ ଏହି ଉନ୍ନତ ଧରଣର ଭାଟିରେ ଦିନକୁ ଏକ ଟନ୍‌ ପର୍ଯ୍ୟନ୍ତ ଗୁଡ ପ୍ରସ୍ତୁତ ହୋଇପାରିବ ବୋଲି କହିଥିଲେ । ଏହି ନବନିର୍ମିତ ଆଖୁ ଭାଟି ସ୍ଥାପନ ଦ୍ୱାରା ପରିବେଶ ସୁରକ୍ଷା ହୋଇପାରିବ ବୋଲି ମଧ୍ୟ ପ୍ରକାଶ କରିଥଲେ । ଏହି କାର୍ଯ୍ୟକ୍ରମରେ ଚୁରା ହାଣ୍ଡି ଗ୍ରାମର ୨୫ ଜଣ ଆଖୁ ଚାଷୀ ଯୋଗ ଦେଇଥିଲେ । ଏହି ତାଲିମ କାର୍ଯ୍ୟକ୍ରମକୁ ଆଇଏମ୍‌ଏମ୍‌ଟିର ବୈଷୟିକ ଅଧିକାରୀ ଏସ୍‌କେ ଶାନ୍ତି ପରିଚାଲନା କରିଥଲେ ।

Inauguration of the best kind of candy barଉନ୍ନତ କିସମର ଗୁଡ଼ ଭାଟି ଉଦଘାଟନ
Comments (0)
Add Comment