ଢାକା : ବାଂଲାଦେଶର ରାଜଧାନୀରେ ଢାକାରେ ଖେଳାଯାଉଥିବା ଏସିଆନ୍ ଚାମ୍ପିଆନ୍ସ ଟ୍ରଫିର ବ୍ରୋଞ୍ଜ ମୁକାବିଲାରେ ପାରଂପାରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ହରାଇଛି ଭାରତୀୟ ପୁରୁଷ ହକି ଦଳ । ଏହି ମୁକାବିଲାରେ ୪-୩ ଗୋଲରେ ପ୍ରତିପକ୍ଷଙ୍କୁ ହରାଇ ଭାରତ ଏହି ସୌଭାଗ୍ୟ ଅର୍ଜନ କରିଛି । ପୂର୍ବରୁ ଏହି ପ୍ରତିଯୋଗୀତାରେ ଭାରତର ତିନିଥର ଚମ୍ପିଆନ୍ ହୋଇଛି । ଗତକାଲିର ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଜାପାନଠାରୁ ଭାରତ ସେମିଫାଇନାଲରେ ପରାଜିତ ହୋଇଥିଲା ।