ପାଗଳା କୁକୁର କାମୁଡ଼ାରେ ଆହତ

ବିଜେପୁର : ସ୍ବଚ୍ଛ ଭାରତ ଅଭିଯାନର ଅନ୍ୟ ଏକ ଉଦାହରଣ କହିଲେ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ଗ୍ରାମପଞ୍ଚାୟତ ଜାମୁଟପାଲି ଗାଁର ଦିବ୍ଯାଙ୍ଗ ବିଲମ ଭୋଇଙ୍କୁ ବୁଝାଏ। ସେ କିଛି କହିପାରନ୍ତିନି କି ଶୁଣି ମଧ୍ୟ ପାରନ୍ତିନାହିଁ। କେବଳ ଠରାନରାରେ ସେ ସବୁକିଛି ବୁଝି ଯାଆନ୍ତି। ସେ ମଇଳା ଆବର୍ଜନାକୁ ଘୃଣା କରନ୍ତି। ସେ ଦିବ୍ଯାଙ୍ଗ ହେଲେ ମଧ୍ୟ ଗୁଦେରପାଲି ବସଷ୍ଟାଣ୍ଡ ତାଙ୍କ ପାଇଁ ସଫାସୁତୁରା ରହିଥାଏ। ସକାଳ ହେଲା ମତ୍ରକେ ଶୀତ କାକର ବର୍ଷାକୁ ଖାତିର ନକରି ଗୁଦେରପାଲି ବସଷ୍ଟାଣ୍ଡକୁ ଚାଲି ଆସି ମଇଳା ଆବର୍ଜନା ସଫା କରିବାରେ ଲାଗିପଡନ୍ତି। ସେହି କାମପାଇଁ କାହାଠାରୁ ଟଙ୍କାଟିଏ ମଧ୍ୟ ନିଅନ୍ତି ନାହିଁ। କେବଳ ସେତିକି ନୁହେଁ ସେ ବୁଲା କୁକୁର ମାନଙ୍କୁ ମଧ୍ୟ ବହୁତ ସ୍ନେହ ଶ୍ରଦ୍ଧା କରନ୍ତି। ଏ ଅଞ୍ଚଳର ବୁଲା କୁକୁର ମାନଙ୍କ ସହିତ ତାଙ୍କ ନିବିଡ ସମ୍ପର୍କ। ତାଙ୍କୁ ଦେଖିଲା ମାତ୍ରକେ ଏ ଅଞ୍ଚଳର ସମସ୍ତ ବୁଲା କୁକୁର ତାଙ୍କ ଦେହକୁ ଚଢି ଯାଇ କିଛି ଖାଇବାକୁ ମଗନ୍ତି। ବିଲମ ମଧ୍ୟ ବସଷ୍ଟାଣ୍ଡ ଏବଂ ବିଭିନ୍ନ ଦୋକାନ ସମ୍ମୁଖକୁ ସଫାକରନ୍ତି I ଦୋକାନୀ କିଛି ଖାଇବାକୁ ଦେଲେ ସେଇଟା ସିଏ ବୁଲା କୁକୁର ମାନଙ୍କ ମଧ୍ୟରେ ବାଣ୍ଟି ଦିଅନ୍ତି। କିନ୍ତୁ ପ୍ରକୃତିର ଖେଳ ବଡ଼ ବିଚିତ୍ର, ବିଗତ ଛଅଦିନ ତଳେ ଗୁଦେରପାଲି ଅଞ୍ଚଳରେ ଏକ ପଗଳା କୁକୁରର ଆତଙ୍କ ଦେଖିବାକୁ ମିଲିଥିଲା। ଗୋଟିଏ ଦିନରେ ସେ ଗୁଦେରପାଲି, କୁଣ୍ଡାଖାଇ ଏବଂ ଜାମୁଟପାଲି ଗାଁର ଚାରିଜଣ ପୁରୁଷ, ଜଣେ ମହିଳାଙ୍କ ସମେତ ଅନେକ ଗାଈଗୋରୁଙ୍କୁ ମଧ୍ୟ କାମୁଡି ରକ୍ତାକ୍ତ କରିଦେଇଥିଲା। ସେହି ଆହତଙ୍କ ଭିତରେ ଜଣେ ହେଲେ ବୁଲା କୁକୁର ମାନଙ୍କ ଅତି ଆପଣାର ଦିବ୍ଯାଙ୍ଗ ବିଲମ ଭୋଇ। ସମସ୍ତ ଆହତ ମାନଙ୍କୁ ଚାଷୀନେତା କିଶୋର ଚନ୍ଦ୍ର ଦେବତାଙ୍କ ସହାୟତାରେ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟ ପଠାଯାଇ ଚିକିତ୍ସା କରାଇ ଭେକସିନ୍ ଦିଆଗଲା। ସେହିପରି ଆହତ ଦିବ୍ଯାଙ୍ଗ ବିଲମ ଭୋଇଙ୍କୁ ମଧ୍ୟ ଡାକ୍ତର ଖାନା ନେବା ପାଇଁ ଚେଷ୍ଠା କରାଗଲା କିନ୍ତୁ ସେ ଗାଡିକୁ ଦେଖି କଉଠି ଲୁଚିଯାଇଥିଲେ, ଲୋକେ ବହୁତ ଖୋଜାଖୋଜି କଲେ କିନ୍ତୁ ସେ ମିଲିଲେ ନାହିଁ। କିଛି ସମୟ ପରେ ସେ ପୁଣି ବସଷ୍ଟାଣ୍ଡକୁ ଆସି ପୁର୍ବ ଭଲି ପରିବେଶ ସ୍ବଚ୍ଛତା କାର୍ଯ୍ୟରେ ଲାଗି ପଡ଼ିଛନ୍ତି। ଇତି ମଧ୍ୟରେ ପାଗଳା କୁକୁର କାମୁଡିବାର ଛଅ ଦିନ ବିତିଯାଇଥିଲେ ମଧ୍ୟ ତାକୁ ଯେତେ ଚେଷ୍ଟା କଲେବି ଚିକିତ୍ସା ପାଇଁ ଡ଼ାକ୍ତରଖାନା ଅଣା ଯାଇ ପରୁନି। ଏବିଷୟରେ ପ୍ରଶାସନ ଦୃଷ୍ଟି ଗୋଚର କରି ମେଡିକାଲ ଟିମ୍ ତାଙ୍କ ପଖାକୁ ପହଞ୍ଚି ଚିକିତ୍ସା କରି ଭେକସିନ୍ ଦେଲେ ଏକ ଦୟାଳୁ ପରୋପକାରୀ ଜୀବନ ବଞ୍ଚି ଯାଇପାରିବ।

Comments (0)
Add Comment