ସୁବର୍ଣ୍ଣପୁର – ଆଜି ସ୍ଥାନୀୟ ରୟାଲପଡିଆ ଠାରେ ପଞ୍ଚମ ବାର୍ଷିକ ପୁସ୍ତକ ଓ ସାରସ୍ୱତ ମେଳା ଇଙ୍କ୍ଫେଷ୍ଟ୍ ଉଦଘାଟିତ ହୋଇଯାଇଛି । ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ଜିଲ୍ଲ । ସଂସ୍କୃତି ପରିଷଦ, ସୁବର୍ଣ୍ଣିପୁରର ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି ଉତ୍ସବରେ ଉଦଘାଟକ ଭାବରେ ପଦ୍ମଶ୍ରୀ ଶିଳ୍ପଗୁରୁ ଡ.ଚତୁର୍ଭୁଜ ମେହେର ଯୋଗ ଦେଇଥିବା ବେଳେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୋଗ ଦେଇଥିଲେ । ଅନ୍ୟ ସମ୍ମାନିତ ଅତିଥିରୁପେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ନିହାର ରଞ୍ଜନ କହଁର ଓ ବୀରମହାରାଜପୁର ଅଶୋକ କୁମାର ଭୋଇ ଯୋଗଦାନ କରି ପୁସ୍ତକ ଓ ପୁସ୍ତକ ପଠନ ଅଭ୍ୟାସର ଗୁରୁତ୍ୱ ଉପରେ ଆଲୋଚନା କରିଥିଲେ । ସଭାପତି ସ୍ୱାଧୀନ କୁମାର ମେହର ସଭାପତିତ୍ୱ କରିଥିବା ବେଳେ ଯୁଗ୍ମ ସଂପାଦକ ଡକ୍ଟର ଦେବାଶିଷ ପାଣ୍ଡିଆ ସଭା ସଂଯୋଜନା କରିଥିଲେ । ସଭ୍ୟ ଉଦିତ କୁମାର ବାବୁ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ଅବସରରେ ରମେଶ ପ୍ରସାଦ ନାୟକଙ୍କ କବିତା ସଂକଳନ “କଳା ପଟାର କବିତା’ ଲୋକାର୍ପିତ ହୋଇଥିଲା ।