ପୁଣି ଗଡ଼ିଲା ସମ୍ବଲପୁର-ପୁରୀ ଇଣ୍ଟରସିଟି

ସମ୍ବଲପୁର: କୋଭିଡ କଟକଣା ପାଇଁ ବନ୍ଦ ରହିଥିବା ସମ୍ବଲପୁର-ପୁରୀ ଇଣ୍ଟରସିଟି ଟ୍ରେନ ଆଜିଠାରୁ ପୁଣି ଥରେ ଗଡ଼ିଛି। ସମ୍ବଲପୁର ରେଳ ଷ୍ଟେସନରୁ ଏହି ଟ୍ରେନ୍ ଆଜି ସକାଳ ୬ଟାରେ ଛାଡ଼ିଛି। ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଓ ରେଙ୍ଗାଲି ବିଧାୟକ ନାଉରୀ ନାୟକଙ୍କ ସମେତ ଅନ୍ୟ ବିଜେପି ନେତା ଓ କର୍ମୀମାନେ ଷ୍ଟେସନକୁ ଯାଇ ଟ୍ରେନ ଡ୍ରାଇଭର ମାନଙ୍କୁ ଫୁଲମାଳ ପିନ୍ଧାଇ ଶୁଭେଚ୍ଛା ଜଣାଇଥିଲେ।
ଏହି ଟ୍ରେନ୍ ପୁଣି ଚାଲିଥିବାରୁ ଯାତ୍ରୀମାନେ ଖୁସି ଅଛନ୍ତି। ଏହି ଟ୍ରେନର ପୁନଃ ଚଳାଚଳ ପାଇଁ ଦୀର୍ଘ ଦିନ ଧରି ଦାବି ହୋଇ ଆସୁଥିଲା। କିଛି ଦିନ ତଳେ ବିଜେପି ବିଧାୟକମାନେ ନୂଆଦିଲ୍ଲୀ ଗସ୍ତରେ ଯାଇଥିବା ବେଳେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଥିଲେ। ଏହି ସାକ୍ଷାତ ବେଳେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଓ ରେଙ୍ଗାଲି ବିଧାୟକ ନାଉରୀ ନାୟକ ସମ୍ବଲପୁର-ପୁରୀ ଇଣ୍ଟରସିଟି ଟ୍ରେନର ପୁନଃ ଚଳାଚଳ ପାଇଁ ରେଳ ମନ୍ତ୍ରୀଙ୍କ ନିକଟରେ ଦାବି କରିଥିଲେ। ଆଉ ରେଳମନ୍ତ୍ରୀ ଏପ୍ରିଲ ୧୦ ତାରିଖରୁ ଏହି ଟ୍ରେନ୍ ଚାଲିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

Comments (0)
Add Comment