ଅନ୍ତରାଷ୍ଟ୍ରୀୟ ଶିଶୁ କନ୍ୟା ଦିବସ ପାଳନ

ନବରଙ୍ଗପୁର : ତା ୧୧ / ୧୦ ଅନ୍ତରାଷ୍ଟ୍ରୀୟ ଶିଶୁ କନ୍ୟା ଦିବସ ପାଳନ ଅବସରରେ ଜିଲ୍ଲା ପ୍ରଶାସନର ଜିଲ୍ଲା ସମାଜ କଲ୍ଯାଣ ବିଭାଗ ପକ୍ଷରୁ ଆଜି ନବରଙ୍ଗପୁର ବ୍ଲକ କାର୍ଯ୍ୟ।ଳୟ ଠାରେ ଜିଲ୍ଲାସ୍ତରୀୟ ଶିଶୁ କନ୍ୟା ଦିବସ ପାଳନ କରାଯାଇଛି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ରତ୍ନାକର ସାହୁ ଅଧକ୍ଷତାରେ ଅନୁଷ୍ଟିତ ଏହି ସମାବେଶରେ ପାରମ୍ଭରେ ଜିଲ୍ଲା ସମାଜ କଲ୍ଯାଣ ଅଧିକାରୀ ସ୍ଵର୍ଣ୍ଣଲତା ବିଶ୍ବାସ ଦିବସର ଉଦେଶ୍ୟ ବିଷୟରେ ଆଲୋକପାତ କରି କହିଲେ ଯେ, ପ୍ରତ୍ୟେକ ଝିଅ ମାନଙ୍କର ସୁରକ୍ଷା ଓ ଉଜ୍ଜଳ ଭବିଷ୍ୟତ ହିଁ ସରକାରଙ୍କ ଲକ୍ଷ । କରୋନା ଭଳି ମହାମାରୀ ସାମୟରେ ଡିଜିଟାଲ ଵ୍ୟଵସ୍ଥା ଗୁରୁତ୍ଵ ଆମେ ସମସ୍ତେ ଉପଲବ୍ଧ କରିଛେ । ଚଳିତ ବର୍ଷ ଶିଶୁ କନ୍ୟା ଦିବସର ବାର୍ତ୍ତା ରହିଛି “ଡିଜିଟାଲ ଜେନେରେସନ, ଆୱାର ଜେନେରେସନ “। ନିଜର ବକ୍ତବ୍ୟରେ ପ୍ରକଳ୍ପ ନିର୍ଦେଶକ ରତ୍ନାକର ସାହୁ କହିଲେ ଯେ ପୁଅ ମାନଙ୍କ ଠାରୁ ଝିଅ ମାନେ କୌଣସି ଗୁଣରେ କମ ନୁହଁନ୍ତି । ଖୁସିର କଥା ଆମ ଜିଲ୍ଲାରେ ପୁରୁଷ ମାନଙ୍କ ଅନୁପାତରେ ମହିଳା ମାନଙ୍କ ସଂଖ୍ୟା ଅଧିକ । କିନ୍ତୁ ସମାଜରେ ରକ୍ଷଣଶିଳ ମନଭାବ ଓ ଝିଅ ମାନଙ୍କ ପ୍ରତି ଆମର ଦୃଷ୍ଟିକୋଣରେ ସେମାନଙ୍କୁ ପଛରେ ବୋଲି କୁହାଯାଉଛି । ସମୟରେ ପରିବର୍ତ୍ତନ ଆସିଛି, ତେଣୁ ଆମ ମାନଙ୍କୁ ମିଳିମିଶି ବାଳିକା ମାନଙ୍କର ଶିକ୍ଷାକୁ ସୁନିଶ୍ଚିତ କରିବାକୁ ପଡିବ । ପରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ ନିଜର ବକ୍ତବ୍ୟରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟି , ଜିଲ୍ଲା ସମାଜ କଲ୍ଯାଣ ବିଭାଗର ମିଳିତ ପ୍ରୟାସରେ ଏକ ଯୋଜନାବଦ୍ଧ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇ ଗ୍ରାମ ଗୁଡିକରେ ଶିଶୁ ଶ୍ରମିକ, ବାଲ୍ୟ ବିବାହ, ଶିଶୁ ଚାଲାଣ, ଶିଶୁ ନିର୍ଯ୍ୟାତନା, ଲିଙ୍ଗଗତ ହିଂସା ଉପରେ ସଚେତନତା କାର୍ଯ୍ୟ କ୍ରମ ଚାଲୁଥିବାର ସୂଚନା ଦେଇଥିଲେ । ଜିଲ୍ଲା ପରାମର୍ଶ ଦାତା ଫକିରଚରଣ ରାଉତ “ଡିଜିଟାଲ ଜେନେରେସନ, ଆୱାର ଜେନେରେସନ “ ଉପରେ ଆଲୋଚନା କରି ଆଜିର ଦିନରେ ଯୁବକ ଯୁବତୀ ମାନଙ୍କ ପାଇଁ ସ୍ମାର୍ଟଫୋନ ,ଫେସବୁକ ଇତ୍ୟାଦି ସୋସିଆଲ ମିଡିଆ ପ୍ରୟୋଗ ଗୁଡିକରେ ନୂତନ ଶିକ୍ଷା ଓ ଯୋଗାଯୋଗ ପାଇଁ ସୁଯୋଗ ସୃଷ୍ଟି କରିଥିବାର ବିଭିନ୍ନ ଦିଗ ଓ ଅନଲାଇନ ସୁରକ୍ଷା ଉପରେ ଆଲୋଚନା କରିଥିଲେ । ଅନ୍ୟ ମାନଙ୍କ ମଧରେ ବିଡିଓ ସୁକାନ୍ତ ପଟ୍ଟନାୟକ, ଜିଲ୍ଲା ଶିଶୁମଙ୍ଗଳ ସମିତିର ଅଧକ୍ଷ ଦିବାକର ବାହୁକ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସରୋଜିନୀ ରଥ, ଏସେ ଗୀତା ,ବିନୋଦିନୀ ପଟ୍ଟନାୟକ, ସୁପରଭାଇଜର ସସ୍ମିତା ମହାନ୍ତି, ପ୍ରମୁଖ୍ୟ ବକ୍ତା ମାନେ ସମାଜରେ ମହିଳା ମାନଙ୍କର ସମସ୍ଯା ,ବିଶେଷ କରି କିଶୋରୀ ବାଳିକା ମାନେ ସେମାନଙ୍କ ଜୀବନରେ ଯେଉଁ ସବୁ ସମସ୍ୟାର ସମୁଖିନ୍ନ ହେଉଛନ୍ତି ତାହାକୁ ଦୃଢ ଭାବରେ ମୁକାବିଲା କରି ଆଗକୁ ଚାଲିବା ସହିତ , ସେମାନଙ୍କର ମାନବିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ,ସମସ୍ତ ଶିଶୁ କନ୍ୟା ମାନେ ଯେପରି ସମାନ ଭାବରେ ଶିକ୍ଷା ପାଇପାରିବେ ଏହି ସବୁ ବିଷୟରେ ଆଲୋଚନା କରିଥିଲେ । ଶେଷରେ ଜିଲ୍ଲାରେ ବାଲ୍ୟ ବିବାହକୁ ରୋକିବା ଓ ଶିଶୁ ସୁରକ୍ଷା ଦିଗରେ କାମ କରିଥିବା ଅଙ୍ଗନୱାଡିକର୍ମୀ ଓ ସଖୀ ସହେଳି ମାନଙ୍କୁ ଉପଢ଼ୌକନ ଏବଂ ମାନପତ୍ର ଦେଇ ଜିଲ୍ଲା ସମାଜ କଲ୍ଯାଣ ବିଭାଗ ତରଫରୁ ସମ୍ମାନିତ କରାଯାଇ ଥଲା । ନନ୍ଦାହାଣ୍ଡି ବ୍ଲକର ଦଳେଇଗୁଡା ଗ୍ରାମର କିଶୋର କିଶୋରୀ ମାନେ ସଚେତନ ମୂଳକ ନାଟ୍ଯ ପରିବେଷଣ କରିଥିଲେ । ସହକାରୀ ଜିଲ୍ଲା ସମାଜ କଲ୍ଯାଣ ଅଧିକାରୀ ନରହରି ସିଂ ଧନ୍ୟବାଦ ଅର୍ପଣ କରିଥିଲେ ।

Comments (0)
Add Comment