ଗଣିଆ ( ହୀ ପ୍ର) ଗଣିଆରେ ଥିବା କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠରେ ପ୍ରଶାସନ ତରଫରୁ ବ୍ଳକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଶରୀର-ମନ ଓ ଆତ୍ମା ଏହି ତିନୋଟି ମଧ୍ୟରେ ସନ୍ତୁଳନ ରକ୍ଷା କରି ଯୋଗ ସକାରାତ୍ମକ ଚିନ୍ତାଧାରାକୁ ବିକଶିତ କରିଥାଏ । ଯୋଗାଭ୍ୟାସ କରିବା ଦ୍ବାରା ମନୁଷ୍ୟ ଅନେକ ରୋଗରୁ ଆରୋଗ୍ୟ ଲାଭ କରିଥାଏ ।
ଚଳିତ ବର୍ଷ ଯୋଗ ଦିବସର ଥିମ୍ ରହିଛି ‘ ଏକ ପୃଥିବି ,ଏକ ସ୍ୱାସ୍ଥ୍ୟ ‘ । ଆଜିର ଏହି କାର୍ଯ୍ୟକ୍ରମରେ କନ୍ଧମାଳ ସାଂସଦଙ୍କ ପ୍ରତିନିଧି ଶରତ କୁମାର କର, ଗଣିଆ ସରପଞ୍ଚ ଗିରିଧାରୀ ସେଠୀ, ସମିତି ସଭ୍ୟ ଫକୀର ମୋହନ ଡାକୁଆ, କିଶୋର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ନିହାର ବାଳା ରାଉତ ,ଡବ୍ଳ୍ୟୁଇଓ ଗୋବିନ୍ଦ ଚନ୍ଦ୍ର ମହାପାତ୍ର, କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ର ଛାତ୍ରୀ ,ସି ଆର ପି ଓ ଏମ୍.ବିକେମାନେ ଉପସ୍ଥିତ ଥିଲେ ।
ଏହି ଅବସରେ ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ବିରଞ୍ଚିନାରାୟଣ ମହାପାତ୍ର ସମସ୍ତଙ୍କୁ ଯୋଗାଭ୍ୟାସ କରାଇଥିଲେ । ବ୍ଳକ୍ ସ୍ତରୀୟ ଯୋଗ ଦିବସ ପାଳନ କରାଯିବା ନେଇ ବ୍ଳକ୍ ପ୍ରଶାସନ ତରଫରୁ ସମସ୍ତ ଲୋକପ୍ରତିନିଧିଙ୍କୁ ଚିଠି କରାଯାଇଥିବା ବେଳେ କେବଳ ଗଣିଆ ସରପଞ୍ଚ , ସମିତି ସଭ୍ୟ ଏବଂ ସାଂସଦଙ୍କ ପ୍ରତିନିଧିଙ୍କ ବ୍ୟତୀତ ଅନ୍ୟ କୈାଣସି ଲୋକପ୍ରତିନିଧି ତଥା ବ୍ଳକର ପ୍ରଶାସନିକ ଅଧିକାରୀ ଏଥିରେ ଯୋଗ ଦେଇନଥିଲେ ।
ତେବେ କେବଳ ଯୋଗ ଦିବସ ଦିନ ଯୋଗାଭ୍ୟାସ ନକରି ବ୍ଳକ ପ୍ରଶାସନ ତରଫରୁ ଯଦି ଅନ୍ୟ ସମୟରେ ମଧ୍ୟ ଯୋଗାଭ୍ୟାସ ହୁଅନ୍ତା , ତେବେ ଏହା ଉପକାରରେ ଆସିପାରନ୍ତା ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି ।