ଟିକାକରଣ କେନ୍ଦ୍ରରେ କରୋନାକୁ ଆମନ୍ତ୍ରଣ

ଦାରିଙ୍ଗବାଡି : ଟିକା ନେବାକୁ ଆସି କରୋନାକୁ ଆମନ୍ତ୍ରଣ କରୁଛନ୍ତି ଲୋକେ l ଦାରିଙ୍ଗବାଡି ବ୍ଲକରେ ଟିକାକରଣର ଅବ୍ୟବସ୍ଥା । ଟୀକା କେନ୍ଦ୍ରରେ ଅସମ୍ଭାଳ ଭିଡ଼ ସହ ଟୀକାକରଣ କେନ୍ଦ୍ରରେ ଲୋକଙ୍କ ପାଇଁ ରହୁନି ଆନୁଷଙ୍ଗିକ ବ୍ୟବସ୍ଥା । ଟୀକା ନେବା ପାଇଁ ଶହଶହ ଲୋକଙ୍କ ଏମିତି ଭିଡ଼ ଯେ ସୋରିଷଟିଏ ପକାଇବାକୁ ଜାଗା ନାହିଁ। ଟୀକାକରଣ କେନ୍ଦ୍ର ପାଖରେ ଯୁଆଡେ ଦେଖିବେ ଟୀକାକେନ୍ଦ୍ରରେ ହାଉଯାଉ ଘଣ୍ଟାଘଣ୍ଟା ଅପେକ୍ଷା। ଟୀକା ଦେବାକୁ ଆସିଥିବା ଲୋକମାନଙ୍କ ମଧ୍ୟରେ ରହୁନି ସାମାଜିକ ଦୂରତା, ଅନେକ ଲୋକ ମୁହଁରେ ମାସ୍କ ମଧ୍ୟ ପିନ୍ଧି ନଥିବାର ଦେଖିବାକୁ ମିଳୁଛି ଲୋକମାନେ ଧାଡିରେ ଛିଡା ହୋଇଥିଲେ ମଧ୍ୟ, ଲୋକମାନଙ୍କ ମଧ୍ୟରେ କୌଣସି ପ୍ରକାରର କୋରନା ସୁରକ୍ଷା ଓ ସଚେତନତା ନିୟମ ପାଳନ ହୋଇ ନଥିଲା l ଜୁନ ୨୪ତାରିଖରେ ପ୍ରଥମ ଡୋଜ ନେଇଥିବା ଲୋକମାନଙ୍କ ଦ୍ଵିତୀୟ ଡୋଜ ସେପ୍ଟେମ୍ବର ୧୬ରୁ ନେବା ପାଇଁ ନାହିଁ ନଥିବା ଭିଡ଼ ଜମୁଥିବା ବେଳେ ପ୍ରଥମ ଡୋଜ ନେବା ପାଇଁ ମଧ୍ୟ ଲୋକେ ସକାଳ ହେବା ମାତ୍ରେ ଧାଡ଼ି ବାନ୍ଧୁଛନ୍ତି l ଦାରିଙ୍ଗବାଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସର ଏବଂ ସିମନବାଡ଼ି ପଞ୍ଚାୟତ ଠାରେ ବର୍ତ୍ତମାନ ଟୀକାକରଣ କାର୍ଯ୍ୟକ୍ରମ ଚାଲିଛି ଟିକା ନେବା ପାଇଁ ଦୂର ଦୁରାନ୍ତରୁ ଲୋକେ ସକାଳୁ ଟିକା ନେବାକୁ ଆସୁଛନ୍ତି l ଏହି ଭିଡ଼ ଦେଖିଲେ ଲାଗୁଛି ଏଠି ସାମାଜିକ ଦୂରତା ସମ୍ପୂର୍ଣ୍ଣ ଚୁଲିକୁ ଯାଇଛି । ଟୀକା କେନ୍ଦ୍ରରେ ଲୋକଙ୍କ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳୁଛି l ଅନ୍ୟପକ୍ଷରେ ମହିଳା ମାନେ ନିଜ ନିଜ କୁନିକୁନି ଶିଶୁମାନଙ୍କୁ କାଖରେ ଧରି ପ୍ରବଳ ଖରାରେ ଛିଡ଼ା ହୋଇ ରହୁଥିବା ଦେଖିବାକୁ ମିଳିଛି ଏମିତି ଭାବରେ ଦାରିଙ୍ଗବାଡି ବ୍ଲକରେ ଚାଲିଛି ଟିକାକରଣ । ତେଣୁ ଟିକା ନେବାକୁ ଆସି ଲୋକେ କରୋନାକୁ ଆମନ୍ତ୍ରଣ କରୁଥିବା ସାଧାରଣରେ ଆଲୋଚନା ହେଉଥିବା ବେଳେ ଆଗାମୀ ଦିନରେ ଦାରିଙ୍ଗବାଡି ଅଞ୍ଚଳରେ କୋଭିଡ ସଂକ୍ରମଣ ବୃଦ୍ଧି ହେଲେ ତାହା ପ୍ରଶାସନର ମୁଣ୍ଡବ୍ୟଥାର କାରଣ ହୋଇପାରେ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଅନ୍ୟପକ୍ଷରେ ଦିନ ସାରା ଟୀକା ନେବା ପାଇଁ ଅପେକ୍ଷା କରିଥିବା ବେଳେ ସନ୍ଧ୍ୟା ହୋଇଗଲେ ଟୀକାକରଣ ବନ୍ଦ କରାଯାଉଛି l ସେଥିଯୋଗୁଁ ଦୂରଦୁରାନ୍ତରୁ ଆସିଥିବା ଅନେକ ମହିଳା ଶେଷରେ ନିରାଶ ହୋଇ ଟୀକା ନପାଇ ଫେରି ଯାଉଥିବା ଦେଖିବାକୁ ମିଳୁଛି l

Comments (0)
Add Comment