ଆଇପିଏଲ-୨୦୨୨ : ମେଗା ନିଲାମରେ ଏହି ୨୧ ଖେଳାଳିଙ୍କ ଉପରେ ସବୁ ଫ୍ରାଞ୍ଚାଇଜଙ୍କ ରହିବ ନଜର

ନୂଆଦିଲ୍ଲୀ : ଆଇପିଏଲ ୨୦୨୨ ପାଇଁ ଖେଳାଳିଙ୍କ ରିଟେନ ପ୍ରକ୍ରିୟା ସମାପ୍ତ ହୋଇଯାଇଛି । ୮ ଟି ଫ୍ରାଞ୍ଚାଇଜ୍‌ ସେମାନଙ୍କ ସହିତ ୨୭ ଖେଳାଳିଙ୍କୁ ରଖିଛନ୍ତି । ବାକି ସମସ୍ତ ଖେଳାଳି ନିଲାମରେ ସାମିଲ ହେବେ । ନିଲାମ ଏହି ଚଳିତ ମାସର ହୋଇପାରେ ବୋଲି କୁହାଯାଉଛି । ଏହାକୁ ମେଗା ନିଲାମ କାହିଁକି କୁହାଯାଉଛି, ଏହା ପଛର କାରଣ ପ୍ରାୟ ୨୧ ଖେଳାଳି । ଯେଉଁମାନେ କି ନିଲାମରେ ସାମିଲ ହେବେ । ଏହି ଖେଳାଳିଙ୍କୁ ନିଜ ଦଳରେ ସାମିଲ କରିବାକୁ ଉପରେ ଫ୍ରାଞ୍ଚାଇଜ୍‌ ମଧ୍ୟରେ ଏକ ପ୍ରତିଯୋଗିତା ହେବ ବୋଲି ଅନୁମାନ କରାଯାଉଛି ।
ଆଇପିଏଲର ୨ ଟି ସଫଳତମ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ସେମାନଙ୍କର ଅନେକ ଚାମ୍ପିଅନ୍‌ ଖେଳାଳିଙ୍କୁ ରିଲିଜ କରିଛନ୍ତି । ଏହି ଖେଳାଳିଙ୍କ ଉପରେ ଅନ୍ୟ ଫ୍ରାଞ୍ଚଇଜଙ୍କ ନଜର ରହିବ । ଦିଲ୍ଲୀ କ୍ୟାପିଟାଲ୍ସକୁ ଫାଇନାଲରେ ପହଞ୍ଚାଇଥିବା ଶ୍ରେୟାସ ଆୟରଙ୍କୁ ମଧ୍ୟ ଦଳ ରିଲିଜ କରିଥିବା ବେଳେ ପଞ୍ଜାବ କିଙ୍ଗ୍ସ ଅଧିନାୟକ କେ.ଏଲ୍‌ ରାହୁଲଙ୍କୁ ମଧ୍ୟ ଦଳ ରିଲିଜ କରିଛି । ଆଇପିଏଲ୨୦୨୨ ପାଇଁ ନିଲାମ ପ୍ରକୃତରେ ଏକ ବଡ ନିଲାମ ହେବାକୁ ଯାଉଛି ବୋଲି କ୍ରିକେଟ ବିଶେଷଜ୍ଞମାନେ କହୁଛନ୍ତି ।
ନଜରରେ ରହିବେ ଏହି ୨୧ ଖେଳାଳି
ହାର୍ଦ୍ଦିକ ପାଣ୍ଡ୍ୟା, ରସିଦ୍‌ ଖାନ୍‌, ଶ୍ରେୟସ୍‌ ଆୟର, କେ.ଏଲ୍‌ ରାହୁଲ, ଡେଭିଡ ୱାର୍ଣ୍ଣର, ଜୋଫ୍ରା ଆର୍ଚର, ୟୁଜଭେନ୍ଦ୍ର ଚହଲ, ଦୀପକ ଚହର, ବେନ ଷ୍ଟୋକ୍ସ, ଶାର୍ଦ୍ଦୁଲ ଠାକୁର, ଆର ଅଶ୍ୱିନ, କାଗିସୋ ରାବାଡା, ଶିଖର ଧାୱନ, ଇଶାନ କିଶନ, ଭୁବନେଶ୍ୱର କୁମାର, ଜୋନି ବେରଷ୍ଟୋ, , ଲକି ଫର୍ଗୁସନ୍‌, ଦୀନେଶ କାର୍ତ୍ତିକ, ସୁରେଶ ରାଇନା, ମହମ୍ମଦ ଶାମି ।

Comments (0)
Add Comment