ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ଯୁବା ସେବା ସମବାୟ ସମିତିରେ ମହା ଦୁର୍ନୀତି । ଧାନ ବୋଝେଇ ଟ୍ରକକୁ ଛାଡ଼ିଲେନି ଚାଷୀ । ଟ୍ରକରେ ଗତକାଲି ଧାନ ବୋଝେଇ ହେଇଥିଲା । ହେଲେ ଚାଷୀ ଧାନ ଠିକ୍ ସମୟରେ ଉଠି ନ ଥିବାରୁ ଚାଷୀମାନେ ଓଆର୍ ୦୩ ବି ୨୮୮୯ ଟ୍ରକଟିକୁ ଦୀର୍ଘ ସମୟ ଧରି ଅଟକ ରଖିଛନ୍ତି । ଘଟଣାସ୍ଥଳକୁ ପାଟଣାଗଡ଼ ଏଏସଓସି ମାୟାଧର ସାହୁ ସମାଧନ କରିବାକୁ ଆସିଥିଲେ ହେଲେ ଚାଷୀ ନାରାଜ୍ କାହିଁକି ନା ଗତବର୍ଷ ଚାଷୀଙ୍କଠୁ ବହୁ ଦୁର୍ନୀତିରେ ଲିପ୍ତ ଥିବାର ସମସ୍ତ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ହେଲେ ଗତବର୍ଷର ଦୁର୍ନୀତିକୁ ଆଖି ଆଗରେ ରଖି ଚାଷୀମାନେ ଆଗରୁ ସଜାଗ ହେଲେ ଗାଡିକୁ ଅଟକ ରଖିଛନ୍ତି ।
ଗତ ବର୍ଷ ୨୦୨୦ରେ ଏହି ଧାନ ମଣ୍ଡି ବହୁ ଜାଲିଆତି କରି ଧାନ ବିକ୍ରି କରିଥିବା ଅଭିଯୋଗ ହୋଇଥିଲା । ଆଜି ପୁଣି ବେପାରୀମାନଙ୍କ ଧାନ ଉଠାଇବା ଥିବା ବେଳେ ଟ୍ରକକୁ ଚାଷୀ ବିପିନ ବରିହାଙ୍କ ନେତୃତ୍ୱରେ ଧର୍ମବୀର ସାହୁ,ଦେବାର ମେହେର, ନିତ୍ୟାନନ୍ଦ ଆଚାର୍ଯ୍ୟ, କଲା କାହ୍ନୁ ପୁଟେଲ, ଯୁବରାଜ ସାହୁ, ଠନ ସଲଟର, ରୋହିତ ଦଣ୍ଡସେନା ପ୍ରମୁଖ ଟ୍ରକକୁ ୩୦ ଘଣ୍ଟା ପର୍ଯ୍ୟନ୍ତ ଅଟକାଇ ରଖିଥିଲେ । ଏଥିପାଇଁ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି ହେଉଛି ।