ଜାତୀୟ ଉପଭୋକ୍ତା ଦିବସ ପାଳନ

ଜଗତସିଂହପୁର,୨୪/୧୨- ସରକାରଙ୍କ ନୀତିନିୟମ ଅନୁଯାୟୀ ଭିଡିଓ କନଫରେନ୍ସ ମାଧ୍ୟମରେ ଜାତୀୟ ଉପଭୋକ୍ତା ଦିବସ ପାଳନ ହୋଇଯାଇଛି । ଜ଼ିଲ୍ଲା ପ୍ରଶାସନ ତଥା ଜ଼ିଲ୍ଲା ବୈଧମାପ ଓଜନ ବିଭାଗ ତରଫରୁ ନିୟୋଜିତ ସ୍ୱେଚ୍ଛାସେବୀ ଉପଭୋକ୍ତା ସଂଗଠନର ଆୟୋଜନକ୍ରମେ ସଫଳତା ସହ କାର୍ଯ୍ୟକ୍ରମ ସମ୍ପାଦନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜ଼ିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ସଂପୃକ୍ତ ବିଭାଗର ବରିଷ୍ଠ ନିରୀକ୍ଷକ ରତିକାନ୍ତ ନାୟକ, ନେହେରୁ ଯୁବକେନ୍ଦ୍ର ସଂଯୋଜକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଅଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦ ସଦସ୍ୟା ବିଜୟଲକ୍ଷ୍ମୀ ମହାପାତ୍ର ଯୋଗଦେଇ ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ । ପ୍ରଶିକ୍ଷକ ଭାବେ ଆଡ଼ଭୋକେଟ ରଞ୍ଜିତ ମହାନ୍ତି, କାର୍ଯ୍ୟକ୍ରମରେ ସହଯୋଗୀ ଅନୁଷ୍ଠାନ ଭାବରେ ଉପଭୋକ୍ତା ସୁରକ୍ଷା ଅଭିଯାନ ଓଡିଶାର ସଂପାଦକ ଗୋବିନ୍ଦ ଓଝା ଯୋଗଦେଇ ନୀତିନିୟମ ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟବକ୍ତା ପ୍ରଶିକ୍ଷକ ଭାବରେ ଶ୍ରୀ ମହାନ୍ତି ଉପଭୋକ୍ତା ସୁରକ୍ଷା ଆଇନ୍‌ ୧୯୮୬ ଓ ୨୦୧୯ ମଧ୍ୟରେ ଥିବା ପାର୍ଥକ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଅଂଶଗ୍ରହଣକାରୀମାନଙ୍କ ମଧ୍ୟରେ ଯୁବ ସଂଗଠନର ସଭ୍ୟସଭ୍ୟା ସାମାଜିକ କର୍ମୀ ଅନୁଷ୍ଠାନ ଜରୁରୀ ସାମଗ୍ରୀ ବଣ୍ଟନକାରୀ ବ୍ୟବସାୟୀ ପ୍ରତିଷ୍ଠାନର କର୍ମକର୍ତ୍ତାମାନେ ଭିଡିଓ କନଫରେନସରେ ଯୋଗଦେଇଥିଲେ । କାର୍ଯ୍ୟକ୍ରମକୁ “ରସା’ ଅନୁଷ୍ଠାନ ସଂଯୋଜନା କରିଥିବାବେଳେ ସାମାଜିକ କର୍ମୀ ବିଜନ କୁମାର ମହାପାତ୍ର ଧନ୍ୟବାଦ ଅପର୍ଣ କରିଥିଲେ ।

Comments (0)
Add Comment