ସେବା ଫାଉଣ୍ଡେସନ ତରଫରୁ ରନ୍ଧା ଖାଦ୍ୟ ବଣ୍ଟନ

ନାଉଗାଁ,୨୪/୫- ଜଗତସିଂହପୁର ଜିଲ୍ଲାର ଅଗ୍ରଣୀ ସ୍ୱେଛାସେବୀ ସଂଗଠନ ସେବା ଫାଉଣ୍ଡେସନ ତରଫରୁ ଆଜକୁ ୨୧ ଦିନ ହେବ ପ୍ରତ୍ୟେକଦିନ ଅସହାୟ, ନିରାଶ୍ରୟା, ଦିବ୍ୟାଙ୍ଗ, ବୃଦ୍ଧ, ବୃଦ୍ଧା, ମାନସିକ ବିକାରଗ୍ରସ୍ତ ଲୋକଙ୍କୁ ଦ୍ୱିପ୍ରହର ରନ୍ଧା ଖାଦ୍ୟ ଘରେ ପ୍ରସ୍ତୁତ କରି ବଣ୍ଟନ କରୁଛନ୍ତି । କରୋନା ମହାମାରୀ ପାଇଁ ସାରା ରାଜ୍ୟରେ ଜାରିରହିଛି ଲକ୍‌ଡାଉନ ସଡ଼୍‌ଡାଉନ । ଏଥିପାଇଁ ଦୋକାନ ବଜାର ବନ୍ଦ ରହୁଥିବା ବେଳେ ଭିକ୍ଷା ବୃତ୍ତି କରୁଥିବା ଓ ଯାଯାବର ଜୀବନଯାପନ କରୁଥିବା ଲୋକ ଦିନକୁ ଦୁଇ ଓଳି ଦୁଇ ମୁଠା ଖାଇବା ମିଳିବା କଷ୍ଟକର ହୋଇପଡୁଛି । ସେଥିପାଇଁ ସେବା ଫାଉଣ୍ଡେସନ ତରଫରୁ ନିଆରା ପ୍ରୟାସ ଜାରି ରଖାଯାଇଛି । ବାଲିକୁଦା, ବୋରିକିନା, ମାଛଗାଁ, ଓଷକଣା , ନହରଣାରେ ରନ୍ଧା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଜାରି ରଖିଛନ୍ତି ସଂଗଠନର କର୍ମକର୍ତ୍ତା । ପ୍ରତେକ ଦିନ ୫୦ ରୁ ୬୦ କିଲୋମିଟର ଯାତ୍ରା କରି ୪୦ ରୁ ୫୦ ଟି ଖାଦ୍ୟ ପୁଡିଆକରି ସେମାନଙ୍କ ପାଖରେ ପହଁଚୁଛନ୍ତି ।

ଏହି କାର୍ଯ୍ୟକ୍ରମରେ ସେବା ଫାଉଣ୍ଡେସନର ସଭାପତି ରଶ୍ମିରଞ୍ଜନ ପାତ୍ର, ସମ୍ପାଦକ ସମ୍ବିତ କୁମାର ପାଇଟାଳ, ସୁରେନ୍ଦ୍ର ବିଶ୍ୱାଳ, ବିଶ୍ୱରଞ୍ଜନ ପରିଡା , ସାଗର ରଞ୍ଜନ ପତି, ଦେବ ପ୍ରସାଦ ବେହେରା, ପୃଥ୍ୱୀରାଜ ବାରିକ, ନୂତନ କୁମାର ବେହେରା, ମୁନା ସେନାପତି, ପ୍ରଳୟ ସ୍ୱାଇଁ, ରାଜ କିଶୋର ବାରିକ, ପ୍ରମୁଖ ସହଯୋଗ କରୁଥିବା ବେଳେ ଜଗତସିଂହପୁର ଜିଲ୍ଲାର ଅନେକ ବଦାନ୍ୟ ବ୍ୟକ୍ତି ସାହାଯ୍ୟ ଓ ସହଯୋଗର ହାତ ବଢେଇଛନ୍ତି ।

Comments (0)
Add Comment