ଜଗତସିଂହପୁର ମୁକ୍ତା ଯୋଜନା ମାଧ୍ୟମରେ ବିଭିନ୍ନ ପ୍ରକଳ୍ପ ଅନୁମୋଦନ

ଜଗତସିଂହପୁର,୧୯/୧୨- ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ସହରାଞ୍ଚଳ ବିକାଶ ନିମନ୍ତେ ମୁକ୍ତା ଯୋଜନା ମାଧ୍ୟମରେ ବିଭିନ୍ନ ପ୍ରକଳ୍ପର ଅନୁମୋଦନ ପାଇଁ ୫-ଟି ସଚିବଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରାଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ଓସ୍ୱାନ ସମ୍ମିଳନୀ କକ୍ଷରେ ୫-ଟି ସଚିବ ଭି କେ ପାଣ୍ଡିଆନଙ୍କ ସହିତ ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି, ଜିଲ୍ଲାପାଳ ପାରୁଲ ପଟୱରୀ, ଜଗତସିଂହପୁର ପୌର ନିର୍ବାହୀ ଅଧିକାରୀ ,ବିଜୁ ଜନତା ଦଳର ଅନ୍ୟାନ୍ୟ ବରିଷ୍ଠ କର୍ମକର୍ତା ଓ ମିଶନ ଶକ୍ତି ମହିଳା ମାନେ ଆଲୋଚନା କରି ଦାବି ଉପସ୍ଥାପନ କରିଥିଲେ ।

ପୌରାଞ୍ଚଳରେ କ୍ଷୁଦ୍ର ଉଦ୍ୟାନ, ପବ୍ଲିକ ଜିମ, ଶିଶୁ କ୍ରୀଡା ଉଦ୍ୟାନ, ଚାଲିବା ରାସ୍ତା, ଶୌଚାଳୟ, ଭେଣ୍ଡିଙ୍ଗ ଜୋନ ଆଦି ବିଭିନ୍ନ ପ୍ରକଳ୍ପ ବାବଦରେ ମୋଟ ୩ କୋଟି ୫୨ ଲକ୍ଷ ଟଙ୍କାର ପ୍ରକଳ୍ପ ଦାବି କରିଥିବା ବେଳେ ୫-ଟି ସଚିବ ଏହା ଖୁବ ଶୀଘ୍ର ଅନୁମୋଦନ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏଥିସହିତ ସହରାଞ୍ଚଳରେ ରାସ୍ତାଘାଟର ଉନ୍ନତି ପାଇଁ ୫-ଟି ସଚିବ ଅଧିକ ୨କୋଟି ୫୦ଲକ୍ଷ ଅର୍ଥ ମଞ୍ଜୁର କରିଥିବା ଘୋଷଣା କରିଥିଲେ । ଏହି ଅର୍ଥ ମଞ୍ଜୁର ହେବାପରେ ଜଗତସିଂହପୁର ସହରକୁ ଆହୁରି ସହର ସୁନ୍ଦର କରାଯିବ ବୋଲି ବିଧାୟକ କହିଛନ୍ତି ।

Comments (0)
Add Comment