ଜଗତସିଂହପୁର,୧୨/୬- ଜଗତସିଂହପୁର ଜ଼ିଲ୍ଲାର ପ୍ରଥମ କରି ଜ଼ିଲ୍ଲାର ପ୍ରତି ବିଦ୍ୟାଳୟର ପାଠାଗାରକୁ ଯୋଗାଇ ଦେବାକୁ ଥିବା ଲିମକା ବୁକ ଅଫ ରେକର୍ଡସରେ ସ୍ଥାନିତ ମାସିକ ଶିଶୁ ସାହିତ୍ୟ ପତ୍ରିକା “ସୁନା ଭଉଣୀ ” ଜ଼ିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଜ଼ିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ବେହେରା, ଜ଼ିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ଯୋଗ ଦେଇଥିବାବେଳେ ଅଧ୍ୟାପକ ଭଗବାନ ଦାଶ, ସୁନା ଭଉଣୀର ସମ୍ପାଦିକା ଶ୍ରୀମତୀ ବିଜୟଲଷ୍ମୀ ମହାପାତ୍ର, ସହ ସମ୍ପାଦିକା ସୁଶ୍ରୀ ବିଜୟିନୀ ମହାପାତ୍ର ପୂର୍ବତନ ପୌରାଧ୍ୟକ୍ଷ ବିପ୍ଲବ ଚୌଧୁରୀ, ଜ଼ିଲ୍ଲା ସାମ୍ବାଦିକ ସଂଘର ସାଧାରଣ ସଂପାଦକ ନିରଞ୍ଜନ ବାରିକ,ଓ ଜାତୀୟ ଯୁଗ୍ମ ସମ୍ପାଦକ ସିସିଆଇ ଗୋବିନ୍ଦ ଓଝା ପ୍ରମୁଖ ଉପସ୍ଥିତ ଥିଲେ । ଶିଶୁ ପତ୍ରିକା ସୁନା ଭଉଣୀକୁ ଉନ୍ମୋଚନ କରିବାପରେ ଜ଼ିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର କହିଥିଲେ ସାଧାରଣତଃ ଶିଶୁର ବିକାଶ ପାଇଁ ଶିଶୁ ସାହିତ୍ୟ ପତ୍ରିକା ବେଶ ଗୁରୁତ୍ୱ ବହନ କରିଥାଏ ।