ଜଗତସିଂହପୁରରେ ଇନଣ୍ଡୋର ଷ୍ଟାଡିୟମ ନିର୍ମାଣ ପାଇଁ ଦାବି

ଜଗତସିଂହପୁର,୨୨/୬- ଜଗତସିଂହପୁର ଜିଲ୍ଲା ସଦର ମହକୁମାରେ ଏକ ଇନଣ୍ଡୋର ଷ୍ଟାଡିୟମ ନିର୍ମାଣ ପାଇଁ ଜିଲ୍ଲାର କ୍ରୀଡ଼ାବିତ ମାନେ ସରକାରଙ୍କ ନିକଟରେ ଦାବୀ କରିଛନ୍ତି । ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ଓସସ୍ୱାନ ଭିସି ରୁମରେ ଆୟୋଜିତ ସ୍ୱତନ୍ତ୍ର ଭିଡିଓ କନଫେରେନ୍ସି କାର୍ଯ୍ୟକ୍ରମରେ ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ସମେତ ଜିଲ୍ଲା ବିଭିନ୍ନ କ୍ରୀଡା ସଂଗଠନର କର୍ମକର୍ତ୍ତା ଓ କ୍ରୀଡ଼ାବିତ ମାନେ ଯୋଗ ଦେଇଥିଲେ । ଜିଲ୍ଲାରେ କ୍ରୀଡ଼ାର ବିକାଶ ପାଇଁ ଏକ ଇନଡୋର ଷ୍ଟାଡିୟମର ଆବଶ୍ୟକତା ବାବଦରେ କ୍ରୀଡ଼ାବିତମାନେ ବିଧାୟକଙ୍କ ଜରିଆରେ ଲିଖିତ ଭାବରେ ସରକାରଙ୍କୁ ନିବେଦନ କରିଥିଲେ । ଜଗତସିଂହପୁର ଜିଲ୍ଳାରେ ବହୁ କ୍ରୀଡ଼ାବିତ ମାନେ ରହିଥିବା ବେଳେ ସେମାନଙ୍କର ପ୍ରତିଭାର ବିକାଶ ପାଇଁ ଇନଡୋର ଷ୍ଟାଡିୟମର ଆବଶ୍ୟକତା ରହିଛି । ସରକାର ସକାରାତ୍ମକ ଚିନ୍ତାଧାରା ନେଇ କ୍ରୀଡ଼ାବିତଙ୍କ ଦରଖାସ୍ତକୁ ଗ୍ରହଣ କରିବା ସହିତ ଖୁବ ଶୀଘ୍ର ଏହାର ନିର୍ମାଣ ପାଇଁ ଅର୍ଥ ମଂଜୁର କରିବେ ବୋଲି ପ୍ରତିଶ୍ରୁତି ଦେଉଛନ୍ତି ବୋଲି କହିଛନ୍ତି ସ୍ଥାନୀୟ ବିଧାୟକ । ଅନ୍ୟ ପକ୍ଷରେ କ୍ରୀଡା ପ୍ରାକ୍ଟିସ ପାଇଁ ବାହାରେ ବହୁ ସମୟରେ ନାନା ସମସ୍ୟା ଉପୁଜୁଥିବା ଥିବା ବେଳେ ଏକ ଇନଡୋର ଷ୍ଟାଡିୟମ ନିର୍ମାଣର ଆବଶ୍ୟକତା ବୋଲି କହିଛନ୍ତି କ୍ରୀଡ଼ାବିତ ।

ବ୍ଲକ ଅଧ୍ୟକ୍ଷା ବିଜୟଲଷ୍ମୀ ବେହେରା, ବ୍ଲକଉପାଧ୍ୟକ୍ଷ ପ୍ରସନ୍ନ କୁମାର ମହାନ୍ତି,ପୂର୍ବତନ ଅଧ୍ୟକ୍ଷା କନକ ପ୍ରଭା ଲେଙ୍କା, ଆଇନଜୀବୀ ଦୋଳଗୋବିନ୍ଦ ଦାଶ, ପୂର୍ବତନ ନଗରପାଳ ମଧୁସୂଦନ ସାହୁ, ନଗର ବିଜେଡି ସଭାପତି ପ୍ରିୟବ୍ରତ ମହାପାତ୍ର, ବ୍ଲକ ବିଜୁଜନତା ଦଳର ସଭାପତି ମନୋଜ ଭୋଇ, ଜ଼ିଲ୍ଲା ବିଜୁ ଜନତା ଦଳର ଉପ ସଭାପତି ଦୀପ୍ତି ରଞ୍ଜନ ଦାସ, ବ୍ଲକ ବିଜୁ ଜନତା ଦଳର ମହିଳା ସଭାନେତ୍ରୀ ପ୍ରଭାତୀ ମହାନ୍ତି, ଜ଼ିଲ୍ଲା ଯୁବ ବିଜେଡି ସମ୍ପାଦକ ବୀରେନ୍ଦ୍ର ବିଶ୍ୱାଳ,ଜ଼ିଲ୍ଲା ବିଜୁ ଛାତ୍ର ଜନତା ଦଳର ସଭାପତି ସମ୍ବିତ କୁମାର ଲେଙ୍କା, ଓଷକଣା ପଞ୍ଚାୟତର ଯୁବନେତା ନରେଶ ସ୍ୱାଇଁ, ସହସମ୍ପାଦକ ତଥା ଆଇନଜୀବୀ ସରୋଜ କୁମାର ବିଶ୍ୱାଳ, ଯୁବନେତା ତଥା ଆଇଟି ସଂଯୋଜକ ରତି ରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment