ଡ଼ବ୍ଲୁଏଚଆରସି ଓ ସୁନା ଭଉଣୀ ପରିବାର ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ

ଜଗତସିଂହପୁର,୨୪/୫- କୋଭିଡ ସଂକ୍ରମଣ ଦ୍ୱିତୀୟ ଲହରୀରେ ଜଗତସିଂହପୁର ଜ଼ିଲ୍ଲାରେ ସଂକ୍ରମଣ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି । ଏହି ମହାମାରୀ ସମୟରେ ଜ଼ିଲ୍ଲାର ବିଭିନ୍ନ ଅଞ୍ଚଳରେ ଜୀବନଜୀବିକା ହରାଇଥିବା ଗରିବ ମୁଣ୍ଡାବସ୍ତିରେ ବସବାସ କରୁଥିବା ଲୋକମାନଙ୍କୁ ୱାଲଡ ହ୍ୟୁମାନ ରାଇଟସ୍‌ କମିସନ ଡବ୍ଲୁ. ଏଚ.ଆର.ସି ଜଗତସିଂହପୁର ଜ଼ିଲ୍ଲା ଶାଖା ଓ ଶିଶୁ ସାହିତ୍ୟ ପତ୍ରିକା ସୁନା ଭଉଣୀ ପରିବାର ପକ୍ଷରୁ ଲଗାତାର ମିଳିତ ଭାବେ ସହାୟତା ପ୍ରଦାନ କରି ଆସୁଛନ୍ତି । ସେହିପରି ଆଜି ଅପରାହ୍ନରେ ଜଗତସିଂହପୁର ପୌରପରିଷଦ ଅଞ୍ଚଳର ଚାଟ୍ରା କେନାଲ ନିକଟରେ ବସବାସ କରୁଥିବା ଲେପର୍ସି ରୋଗୀ ପରିବାର ନିକଟରେ ଏହି ସଦସ୍ୟମାନେ ପହଞ୍ଚି କୋଭିଡ ଗାଇଡ଼ ଲାଇନ ମଧ୍ୟରେ ସହାୟତାର ହାତ ବଢାଇଛନ୍ତି । ସେଠାରେ ବସବାସ କରିଥିବା ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ପରିବାରଙ୍କୁ ଶୁଖିଲା ଖାଦ୍ୟ ଚୁଡା, ଗୁଡ଼ ବିସ୍କୁଟ ଇତ୍ୟାଦି ପ୍ରଦାନ କରିଛନ୍ତି । ଏହି ବଣ୍ଟନରେ ୱାଲ ହ୍ୟୁମାନ ରାଇଟସ୍‌ କମିଶନର ଜ଼ିଲ୍ଲା ଚେୟାରମ୍ୟାନ ଅଜିତ ମହାପାତ୍ର, ସାଧାରଣ ସଂପାଦକ ବିଶ୍ୱନାଥ ସ୍ୱାଇଁ, ସମ୍ପାଦକ ଚିତ୍ରସେନ ଲେଙ୍କା, ମହିଳା ସମ୍ପାଦିକା ମନୋରମା ତ୍ରିପାଠୀଙ୍କ ସହିତ ଶିଶୁ ସାହିତ୍ୟ ପତ୍ରିକା ସୁନା ଭଉଣୀର ସଂପାଦିକା ବିଜୟଲକ୍ଷ୍ମୀ ମହାପାତ୍ର ଯୋଗଦେଇ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଉପଭୋକ୍ତା ସୁରକ୍ଷା ଅଭିଯାନର ସଂପାଦକ ତଥା ସୁନାଭଉଣୀ ପରିବାରର ଗୋବିନ୍ଦ ଚନ୍ଦ୍ର ଓଝା ଯୋଗ ଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Comments (0)
Add Comment