ଦଶପଲ୍ଲା : – ଗଣିଆ ବ୍ଲକ ସଭା ଗୃହରେ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ବିଡ଼ିଓ ସିରିୟାଲ ଶୁଭ୍ର ପଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ହୋତା, ଲୋକପାଳ ଗିରିଶ ଚନ୍ଦ୍ର ଦାଶ, ଅତିରିକ୍ତ ବିଡ଼ିଓ ଅନୁର୍ଯ୍ୟାମୀ ଦାଶ, ଜିଲ୍ଲା ସାମାଜିକ ସମୀକ୍ଷକ ବିଜୟ ବାବୁ, ଗଣିଆ ବ୍ଳକ ଏପିଓ ପ୍ରମୁଖ ମଞ୍ଚାସୀନ ଥିଲେ । ସରକାରଙ୍କର ଏହି ଯୋଜନା କିଭଳି ଲୋକାଭିମୁଖୀ ହୋଇପାରିବ ସେଥିପାଇଁ ସମସ୍ତେ ଯତ୍ନବାନ୍ ହେବା ଆବଶ୍ୟକ ବୋଲି ବିଡ଼ିଓ କହିଥିଲେ । କାର୍ଯ୍ୟରେ ସ୍ୱଚ୍ଛତା ଏହି ଶିବିରର ଲକ୍ଷ୍ୟ ବୋଲି ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ କହିବା ସହିତ ହିତାଧିକାରୀଙ୍କର ଉପଯୁକ୍ତ ସହଭାଗିତା ରହିଲେ କାର୍ଯ୍ୟ ସଫଳ ହେବ ବୋଲି ସେ ପ୍ରକାଶ କରିଥିଲେ । ୩୧୩ ଜଣ ୧୦୦ ଦିନର କାର୍ଯ୍ୟ ସଂପୂର୍ଣ୍ଣ କରିଥିବା ଏପିଓ ଜଣାଇଥିଲେ । ବ୍ଲକରେ ଏଯାବତ୍ ୭୪୯୨ଟି ଜବକାର୍ଡ ପ୍ରଦାନ କରାଯାଇଥିବା ବେଳେ ୨୪୪୭ ଟି ପ୍ରକଳ୍ପ କରାଯାଇଥିଲା । ସେଥି ମଧ୍ୟରୁ ୨୩୪୪ଟି ପ୍ରକଳ୍ପ ସଂପୂର୍ଣ୍ଣ ହୋଇଥିବା ଜଣାପଡିଛି ।