ଖୁଣ୍ଟବନ୍ଧରେ ଆଇନ ସଚେତନତା ଶିବିର

ଜହ୍ନ ।ପଙ୍କ,୧୨/୧୧: ବୌଦ୍ଧବ୍ଳକ ଅନ୍ତର୍ଗତ ଖୁଣ୍ଟବନ୍ଧ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବୌଦ୍ଧ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ବିକ୍ରମ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଚରଣଜିତ ଓରାମ ଯୋଗ ଦେଇ ଶିଶୁ ଅଧିକାର ଆଇନ, ବାଳ ଅପରାଧ ଆଇନ, ଯୌତୁକ ନିର୍ଯ୍ୟାତନା, ଅପରାଧିକ ଆଇନ ସମ୍ପର୍କରେ ବୁଝାଇଥିଲେ । ଗରିବ ତଥା ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ସମ୍ବିଧାନ ପ୍ରଣୟନ କରିଥିବା ଆଇନ ସମ୍ପର୍କରେ ଯଦି ଜାଣିବା ତେବେ ଆମେ ଜିଣିବା ବୋଲି କହିଥିଲେ । ଗ୍ରାମାଞ୍ଚଳରେ ବହୁ ଲୋକ ଆଇନ ସମ୍ପର୍କରେ ଅଜ୍ଞ ଥିବାରୁ ଓକିଲ ଓ ପୋଲିସ ଦ୍ୱାରା ଠକମି ଓ ନିର୍ଯ୍ୟାତନାର ଶିକାର ହେଉଛନ୍ତି ତେଣୁ ସର୍ବସାଧାରଣଙ୍କ ପାଖରେ ଆଇନ କିପରି ସୁବିଧାରେ ପହଞ୍ଚିବ ଏହା ଏକ ପ୍ରୟାସ ବୋଲି ଅଧ୍ୟକ୍ଷ ଶ୍ରୀ ପ୍ରଧାନ ତାଙ୍କ ବକ୍ତବ୍ୟରେ କହିଥିଲେ । ଯଦି କେହି ଆଇନ ସମ୍ପର୍କରେ ଜାଣିବା ପାଇଁ ଚାହୁଁଛନ୍ତି ତେବେ ଜିଲ୍ଲା କୋର୍ଟ ପରିସରରେ ଥିବା ସମ୍ମୁଖ କାର୍ଯ୍ୟାଳୟରେ ଆଇନ ସମ୍ପର୍କରେ ଅନେକ ତଥ୍ୟ ବୁଝିପାରିବେ ବୋଲି ସୂଚନା ଦେଇଥିଲେ । ଶିବିରରେ ଖୁଣ୍ଟବନ୍ଧ ସରପଞ୍ଚ ଟୁନି ମହାନନ୍ଦିଆ, ପଂଚାୟତ ନିର୍ବାହୀ ଅଧିକାରୀ ସୁଦାମ ପ୍ରଧାନ,ପାରାଲିଗ ।ଲ ଭଲ୍ୟୁଣ୍ଟିଅର ସସ୍ମିତା ବେହେରା ଆଇନ ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ । ଏହି ଆଇନ ସଚେତନତା ଶିବିରରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଆଶା କର୍ମୀ ଓ ଅଙ୍ଗନୱାଡି କର୍ମୀମାନେ ଯୋଗ ଦେଇଥିଲେ ।

Comments (0)
Add Comment