ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ‘ସର୍ଗିଫୁଲ’ରେ ଶିଶୁ ପ୍ରତିଭା ପ୍ରଦର୍ଶିତ

ଜହ୍ନ ।ପଙ୍କ,୨୬/୧୧: ବୌଦ୍ଧ ବ୍ଲକ ବଘିଆପଡ଼ା ପଞ୍ଚାୟତ ଅନ୍ତର୍ଗତ ମେଣ୍ଢିମାଳ ସ୍ଥିତ ସରକାରୀ ଉଚ୍ଚ଼ ବିଦ୍ୟାଳୟରେ ଜିଲାସ୍ତରୀୟ ଶିଶୁ ମହୋତ୍ସବ ସର୍ଗିଫୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନରେ କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାପାଳ ନୃସିଂହଚରଣ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ଜିଲ୍ଲା ମଙ୍ଗଳ ଅଧିକାରୀ ସୂର୍ଯ୍ୟନାରାୟଣ ବେହେରା ଅଧ୍ୟକ୍ଷତା କରିଥିବାବେଳେ ସମ୍ମାନୀତ ଅତିଥି ଭାବେ ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁବାସ ସାମଲ ପ୍ରମୁଖ ଯୋଗଦେଇ ଶିଶୁମାନଙ୍କ ଲୁକ୍କାୟିତ ପ୍ରତିଭାର ପ୍ରଦର୍ଶନର ମାଧ୍ୟମ ହେଉଛି ସର୍ଗିଫୁଲ ବୋଲି ବକ୍ତବ୍ୟ ରଖିଥିଲେ । ମେଣ୍ଢିମାଳ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସନ୍ତୋଷ କୁମାର ସାହୁ ସ୍ୱାଗତ ଭାଷଣ ଦେଇଥିଲେ । ଶିକ୍ଷକ କିଶୋର କୁମାର ସାମଲ ଧନ୍ୟବାଦ ଦେଇଥିଲେ । ଏହା ପରେ ବିଭିନ୍ନ ପ୍ରକାରର ବରିଷ୍ଠ ଓ କନିଷ୍ଠ ବିଭାଗର ୧୯ ଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସର୍ଗିଫୁଲ କାର୍ଯ୍ୟକ୍ରମରେ ଦଳଗତ ନୃତ୍ୟ ପ୍ରତିଯୋଗିତାରେ ସରକାରୀ ଉଚ୍ଚ ବିଦ୍ୟାଳୟ ମେଣ୍ଢିମାଳ ଚମ୍ପିୟାନ ହୋଇଥିଲା । ସଂଧ୍ୟାରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର୍ୟ ଭଞ୍ଜନ ମଦନ ମୋହନ ମହାପାତ୍ର ଯୋଗ ଦେଇ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ । ବଡବନ୍ଧ ସରକାରୀ ଉଚ୍ଚ଼ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକ ପ୍ରମୋଦ କୁମାର ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ । ବିଭିନ୍ନ ପ୍ରତିଯୋଗିତାର ବିଚାରକ ଭାବେ ଶିକ୍ଷକ ଅରୁଣ ଖଟୁଆ, କୃଷ୍ଣଚନ୍ଦ୍ର ସେଠୀ, ସୁବାଷ ମହାକୁଡ, ସତ୍ୟ ସ୍ୱାଇଁ, ଦିବ୍ୟ ଜ୍ୟୋତି ବେହେରା, ପ୍ରଶାନ୍ତ ଭାଇନା, ଦୀପକ ଦିଗାଲ, ତୁଷାରକାନ୍ତ ପଟ୍ଟନାୟକ, ଜୁବୁଲି ପାଢ଼ୀ, ପ୍ରୀତି ସ୍ୱରୂପା ଭୋକ୍ତା ଦାୟିତ୍ୱ ତୁଲାଇଥିଲେ । ବିଭିନ୍ନ ବିଦ୍ୟାଳୟରୁ ୨୫୭ ପ୍ରତିଯୋଗୀ ଯୋଗ ଦେଇଥିଲେ । ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ଆସନ୍ତା ଡ଼ିସେମ୍ବର ମାସ ଦ୍ୱିତୀୟ ସପ୍ତାହରେ ଗଜପତିରେ ହେବାକୁ ଥିବା ଜୋନାଲ ସ୍ତରୀୟ ସର୍ଗିଫୁଲ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । କାର୍ଯ୍ୟକ୍ରମରେ ଶିକ୍ଷକ ସରୋଜ କୁମାର ସ୍ୱାଇଁ, ନାରାୟଣ ସେଠୀ,ସୁବ ।ସିନି ସାହୁ, ଦିଲ୍ଲୀପ କର୍ଣ୍ଣ, ସରୋଜ କୁମାର ମହାକୁଡ, ସନ୍ତୋଷ କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ ।

Comments (0)
Add Comment